www.samajalive.in
Sunday, December 14, 2025
26.1 C
Bhubaneswar

ଜିରାଳ ମହାବିଦ୍ୟାଳୟରେ ରକ୍ତଦାନ ଶିବିର, ୮୧ ୟୁନିଟ ରକ୍ତ ସଂଗ୍ରହ

କାମାକ୍ଷାନଗର: କାମାଖ୍ୟାନଗର ଉପଖଣ୍ଡର ଜିରାଳ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ, ଜାତୀୟ ସେବା ଯୋଜନା ମିଳିତ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ସାହୁ ସଭାପତିତ୍ୱ କରି ସାଂପ୍ରତୀକ ପରିସ୍ଥିତିରେ ରକ୍ତର ଆବଶ୍ୟକତା ସଂମ୍ପର୍କରେ ଆଲୋକପାତ କରି ଯୁବ ପିଢ଼ି ରକ୍ତ ଦାନ କରିବାକୁ ଆହ୍ୱାନ ଦେଇଥିଲେ। ଅଧ୍ୟାପକ ପ୍ରଣବ କୁମାର ହୋତା, ଏଚଡିଏଫସି ବ୍ୟାଙ୍କ ପରିଚାଳକ ରାଜେଶ କୁମାର ମଣ୍ଡଳ, ବିଷ୍ନୁପ୍ରିୟା ତ୍ରିପାଠୀ, ବନ୍ଦନା ମିଶ୍ର, ବିମଳ ଧୀର, ଜାତୀୟ ସେବା ଯୋଜନା ଅଧିକାରୀ ପଦ୍ମାଳୟା ଷଡ଼ଙ୍ଗୀ, ସୁବ୍ରତ କୁମାର ପରିଡା ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଢେଙ୍କାନାଳ ରକ୍ତଭଣ୍ଡାର ଲବ୍ରୋଟୋରି ଟେକନିସିଆନ ପରମାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ରାକେଶ ବେହେରା, ଅଜୟ ସ୍ୱାଇଁ, ତପନ ଜେନା, ବରୁଣ ସାହୁ ପ୍ରମୁଖ ୮୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ଶିକ୍ଷା କର୍ମଚାରୀ, ଛାତ୍ରଛାତ୍ରୀ ସହାୟତା ପ୍ରଦାନ କରିଥିଲେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories