www.samajalive.in
Saturday, December 6, 2025
26.1 C
Bhubaneswar

କଲ୍ୟାଣସିଂହପୁର ମୁଖ୍ୟ ରାସ୍ତାରୁ ଜବରଦଖଲ ଉଚ୍ଛେଦ କେବେ?

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ମୁଖ୍ୟ ରାସ୍ତାରୁ ଜବରଦଖଲ ଉଚ୍ଛେଦ କେବେ। ରାୟଗଡା ଠାରୁ କଲ୍ୟାଣସିଂହପୁର ପର୍ଯ୍ୟନ୍ତ ୪୫ ନମ୍ବର ରାଜ୍ୟ ରାଜପଥ ନିର୍ମାଣ କରାଯାଇଛି।କଲ୍ୟାଣସିଂହପୁର ସଦରରେ ରାସ୍ତା ନିର୍ମାଣ କରିବା ସହ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ କରି ତା ଉପରେ ପ୍ଲେଟ ପକାଇଥିଲେ। ଉକ୍ତ ଡ୍ରେନ ଉପରେ ଅନାଅଧିକାର ଭାବେ ଜବରଦଖଲ କରାଯାଇଥିବାରୁ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇବା ସହ ଗ୍ରାମବାସୀ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଲିଖିତ ଦେବା ପରେ ତାହାକୁ ଉଚ୍ଛେଦ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା।

ପି ଡବ୍ଲୁ ଡି (ପୂର୍ତ୍ତବିଭାଗ) ଅଧିକାରୀଙ୍କ ନିର୍ଦ୍ଦେଶରେ କନିଷ୍ଠ ଯନ୍ତ୍ରୀ ରାଜୀବ ବେହେରା ସମେତ ତହସିଲଦାର ରଞ୍ଜନକୁମାର ମାନସେଠ, ଥାନା ଅଧିକାରୀ ନୀଳକଣ୍ଠ ବେହେରା, ରାଜସ୍ବ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ରହି ସଦର ହନୁମାନ ମନ୍ଦିର ଠାରୁ ବ୍ଲକ ପର୍ଯ୍ୟନ୍ତ ଡ୍ରେନ ଉପରେ କରିଥିବା ଦୋକାନ ଗୁଡିକୁ ଡ୍ରେନର କିଛି ଦୂରତାରେ ଛାଡି କରିବା ପାଇଁ କହି ଚିହ୍ନଟ ଦେଇଥିଲେ, ଚିହ୍ନଟ କରିଥିବା ଦୋକାନ ଗୁଡିକ ୭ଦିନ ମଧ୍ୟରେ ଭାଙ୍ଗିବା ପାଇଁ ପ୍ରଶାସନ କହିଥିଲେ। ଉଠାଦୋକାନୀ ମାନେ ରାୟଗଡା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ଜନଜାତି ଗ୍ରାମୀଣ ହାଟ ଠାରେ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରଶାସନର କଥାକୁ ଅବମାନନା କରି ବ୍ୟବସାୟୀମାନେ ମୁଖ୍ୟ ରାସ୍ତା ଉପରେ ହିଁ ବସି ରହୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଯାହାଫଳରେ ଗାଈଗୋରୁ, କୁକୁର ରାସ୍ତା ଉପରେ ଆଡ୍ଡା ଜମାଇଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ରାସ୍ତା ଚିହ୍ନଟ କରି ପ୍ରାୟ ଚାରି ମାସ ବିତି ଯାଇଥିଲେ ସୁଦ୍ଧା ପ୍ରଶାସନ ହାତବାନ୍ଧି ଚୁପଚାପ ବସିରହିଛି।

ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର..

- Advertisement -

ତୁରନ୍ତ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟିଦେଇ ଜିଲ୍ଲାପ୍ରଶାସନ ଉପସ୍ଥିତିରେ ତଦାରଖ କରି ଡ୍ରେନ ଉପରେ ଜବରଦଖଲ କରିଥିବା ଘର ମାଲିକ ଓ ବ୍ୟବସାୟ କରୁଥିବା ଲୋକଙ୍କୁ ହଟାଇବାକୁ ବ୍ଲକବାସୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ପଞ୍ଚାୟତ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ମୁଖ୍ୟ ରାସ୍ତାରୁ ବଜାର ବନ୍ଦ କରି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ଜନଜାତି ଗ୍ରାମୀଣ ହାଟଠାରେ ବଜାର ବସାଇବା ପାଇଁ ପ୍ରଚାର କରିଥିଲେ ମଧ୍ୟ ଲୋକେ ଏହାକୁ ବେଖାତିରି କରି ମୁଖ୍ୟ ରାସ୍ତାରେ ହିଁ ବଜାର ବସାଉଛନ୍ତି। ଯାହାଫଳରେ ଟ୍ରାଫିକ ସମସ୍ୟା ଦେଖାଦେଇଛି ।

୧୮ ବର୍ଷ ପରେ ଏକାଠି ହେବେ ସୂର୍ଯ୍ୟ-କେତୁ : ଏହି ରାଶିଙ୍କୁ ଦେବେ ଧନ ଠାରୁ ଆରମ୍ଭ କରି ବିବାହ ସବୁଥିରେ ସଫଳତା, ଦୂର ହେବ ଚିନ୍ତା..

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories