www.samajalive.in
Saturday, December 6, 2025
26.1 C
Bhubaneswar

ଖାଲଖମାରେ ଭର୍ତ୍ତି ପାର୍ସାଲି ରାସ୍ତା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବଡଦ୍ୱାର ସାହି ଠାରୁ ପାର୍ସାଲିକୁ ସଂଯୋଗ କରୁଥିବା (ଆରଡ଼ି) ଗ୍ରାମ୍ୟ ନିର୍ମାଣ ବିଭାଜନ ଦ୍ୱାରା ଯାଇଥିବା ରାସ୍ତା ଖାଲଖମାରେ ଭର୍ତ୍ତି ଓ ଗର୍ତ୍ତ ହୋଇ ମରଣ ଜନ୍ତା ପାଲଟିଛି। ଏହି ରାସ୍ତାକୁ ପାଞ୍ଚ ବର୍ଷ ପରେ ରକ୍ଷଣାବେକ୍ଷଣା କରି ମରାମତି କରିବା କଥା କିନ୍ତୁ କରାଯାଇ ନାହିଁ । ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୩୨ଖଣ୍ଡ ଆଦିମ ଜନଜାତି ଡଙ୍ଗରିଆ ଗାଁର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ସ୍କୁଲ କଲେଜ ପିଲା ମାନଙ୍କ ପାଠପଢା ସହିତ ସ୍ୱାସ୍ଥ୍ୟ ସମସ୍ୟା ନିଜର ନିତ୍ୟ ଦିନ ଖାଉଟି ସାମଗ୍ରୀ ଓ ଜଙ୍ଗଲ ଜାତୀୟ ଦ୍ରବ୍ୟ ଅଦା, ଲେମ୍ବୁ, କଦଳୀ, ସଫୁରୀ, ହଳଦୀ ଆଦି ଅନେକ ପ୍ରକାର ଜିନିଷ ଲକ୍ଷ୍ମୀ ବସ ସାହାଯ୍ୟରେ ବୋହି କଲ୍ୟାଣସିଂହପୁର ମୁଖ୍ୟ ବଜାରରକୁ ଆଣି ବିକ୍ରି କରିଥାନ୍ତି। ବର୍ଷା ଦିନ ଆସିଲେ ପାହାଡ଼ରୁ ଆସିଥିବା ବର୍ଷା ପାଣି ଖାଲ ଖମା ହୋଇ ରାସ୍ତା ମଝିରେ କାଦୁଅ ପାଣି ଜମି ରହି ରାସ୍ତା ପୁରା ବେହାଲ ହୋଇ ଜଳମଗ୍ନ ହୋଇ ପଡୁଛି। ଯାହା ଫଳରେ ଦୁଇ ଚକିଆ ଓ ଚାରି ଚକିଆ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ସୃଷ୍ଟି ହୋଇ ଛୋଟ ବଡ଼ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି। ଉକ୍ତ ରାସ୍ତାଟି ବାରମ୍ବାର ନିମ୍ନ ମାନର କରାଯାଉଥିବା ଯୋଗୁଁ ଶୀଘ୍ର ଖରାପ ହେଉଛି। ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଏହି ରାସ୍ତାର ମରାମତି ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି।

ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories