www.samajalive.in
Monday, December 8, 2025
14.1 C
Bhubaneswar

ଜନଜାତି ସଂସ୍କୃତି ପ୍ରଗତି ସଶକ୍ତ ଓଡ଼ିଶା ସାଥି ଶିବିର

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପରିସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଜନଜାତି ସଂସ୍କୃତି ପ୍ରଗତି ସଶକ୍ତ ଓଡ଼ିଶା ସାଥି ଶିବିର ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ବନମାଳୀ କାଡ୍ରାକା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ରାଜୀବ ଦାସ ଓ ବ୍ଲକ ଉପାଧ୍ୟକ୍ଷା ଡମ୍ବରୁ କଞ୍ଜାକା, ଲୋକକଳା ପରିଷଦର ଉପ ସଭାପତି ସନ୍ତୋଷ ବଚ୍ଚା, ସମାଜସେବୀ ବି ମାଧବ ରାଓ, ଆଦିବାସୀ କନ୍ଧ କୂଳ ବ୍ଲକ କାର୍ଯ୍ୟକାରୀ ସଭାପତି ଶଙ୍କର ହୁଈକା, ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ପିଏ ଆଇ ଟି ଡି ଏ ଦିଲ୍ଲୀପ ବେହେରା, ଏ ଡି ଡବ୍ଲ୍ୟୁ ଓ ବିରେନ୍ଦ୍ର ସାହୁ, ଡି କେ ଡି ଏ ପ୍ରାଜେକ୍ଟ ଅଧିକାରୀ ଫିଲିପି କୁମାର ବାଗ ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ମଞ୍ଚାସୀନ ରହିଥିଲେ । ଲୋପ ପାଇବାକୁ ବସିଥିବା ଆଦିବାସୀ ଲୋକକଳାକୁ ଲୋକ ଲୋଚନକୁ ଆଣିବା ପାଇଁ ଏହି ଯୋଜନାଗୁଡିକ କରାଯାଇଛି । ରାୟଗଡା ଜିଲାରେ ଆଦିବାସୀଙ୍କ ଗୁରୁକା, ସୁରୁଡିବିହା, ଡଙ୍ଗରିଆ ନାଚ, ଲାଞ୍ଜିଆସୌରାଙ୍କ ସ୍ୱତନ୍ତ୍ର ନୃତ୍ୟ ଏହା କିପରି ଅଧିକରୁ ଅଧିକ ପ୍ରଚାର ପ୍ରସାର ହୋଇପାରିବ ତାହାର ବ୍ୟବସ୍ଥା କରିବା ପାଇଁ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ଲୋକକଳା ପରିଷଦର ଉପସଭାପତି ସୁପ୍ରୀତ ବଚ୍ଛା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ ଆଉ ୩୦ ହାଜର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା । ଯୋଜନାରେ ୫୦,୦୦୦ କଳାକାରମାନଙ୍କୁ ମାସିକ ୧୨୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ବର୍ତ୍ତମାନ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୫୦ ହଜାରରୁ ୮୦ ହଜାରକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ରାଜ୍ୟର ଆଉ ୩୦ ହଜାର କଳାକାର ଏଥିରେ ଉପକୃତ ହେବେ ବୋଲି ଅତିଥିମାନେ ମତ ଦେଇଛନ୍ତି । ଏଥିରେ ୭୫ଜଣ ମଧ୍ୟରୁ ୨୫ଜଣ ଆଦିବାସୀ ଭାଇମାନଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏଥିରେ ଶିକ୍ଷକ, ବ୍ଲକ, ସମନ୍ୱିତ ଶିଶୁ ବିକାଶର ସମସ୍ତ କର୍ମଚାରୀ ସମେତ ଅଗ୍ନିଶମ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କଳାକାରଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories