www.samajalive.in
Wednesday, December 10, 2025
14.1 C
Bhubaneswar

କାଳୀପ୍ରସାଦ ସାମନ୍ତରାୟ ଥିଲେ ସମାଜସେବା ଓ ଶିକ୍ଷାର ମୂର୍ତ୍ତିମନ୍ତ ପ୍ରତୀକ

ଭୁବନେଶ୍ୱର:ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ, ଅହଙ୍କାର ବିବର୍ଜିତ ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ବ, ଅନେକ ଇତିହାସର ବିନ୍ଧାଣି ,ବହୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା, ପରିବେଶବିତ୍, ଯିଏ ଜୀବନରେ ଅନେକ ଟାଙ୍ଗରା ଭୂଇଁରେ ସବୁଜିମା ସୃଷ୍ଟି କରିଯାଇଛନ୍ତି, ରକ୍ତଦାନ ଅଭିଯାନର ସମର୍ପିତ କାଣ୍ଡାରୀ, ଐତିହାସିକ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସଦସ୍ୟ , ପୂଜ୍ୟ ପୂଜା ସଂସ୍କୃତି ପ୍ରାଣ ଶ୍ରଦ୍ଧେୟ କାଳୀ ପ୍ରସାଦ ସାମନ୍ତରାୟଙ୍କ ଷଷ୍ଠ ବାର୍ଷିକୀ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ବିଜୁ ପଟ୍ଟନାୟକ ଶିକ୍ଷାନୁଷ୍ଠାନ ସମୂହର ପରିସରରେ ଥିବା ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ତଥା ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ସଭାପତି ସମ୍ମାନନୀୟ ସୀତା ବଲ୍ଲଭ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ପ୍ରଦ୍ୟୁମ୍ନ ଶତପଥି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂଜ୍ୟ ପୂଜା, ଓଡ଼ିଆ ଭାଷା, ସମାଜସେବା ତଥା ବହୁ ବ୍ୟକ୍ତିତ୍ୱ ର ଅଧିକାରୀ ଥିଲେ ବୋଲି ମତ ବ୍ୟକ୍ତ କରିଥିଲେ। ରକ୍ତଦାନ ବୃକ୍ଷ ରୋପଣ ତଥା ଗରିବ ମେଧାବୀ ବିଦ୍ୟାର୍ଥୀଙ୍କୁ ମାଗଣା ରେ ଶିକ୍ଷା ପ୍ରଦାନ କରି ଆସୁଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶେଷଦେବ ବଳିୟାର ସିଂହ,  ରାମଚନ୍ଦ୍ର ଭୋଳ, ଅଧ୍ୟକ୍ଷ ରାଷ୍ଟ୍ର ରଞ୍ଜନ ମହାନ୍ତି , ଅଧ୍ୟାପିକା ସୁଜାତା ସାମନ୍ତରାୟ ଭାଷା ପ୍ରାଣ କାଳି ପ୍ରସାଦଙ୍କ ବହୁମୁଖି ପ୍ରତିଭା ତଥା ତାଙ୍କର କୀର୍ତ୍ତି ଓ କୃତି, ସାମାଜିକ ଅବଦାନର ସ୍ମୃତି ଚାରଣ କରି ତାଙ୍କୁ ଏକ ବିସ୍ମୟ ପ୍ରତିଭା ବୋଲି ଅଭିହିତ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories