www.samajalive.in
Tuesday, December 9, 2025
15.1 C
Bhubaneswar

ଗୋପୀନାଥପୁର-ବୈଦ୍ୟେଶ୍ୱର ଟି-ସେତୁ ସହ ଭୁବନେଶ୍ୱର ସିଟି ମଧ୍ୟରେ ରାସ୍ତା ସଂଯୋଗୀକରଣ ଦାବି

କଳାପଥର(ବାଙ୍କୀ): ମହାନଦୀରେ ବୈଦ୍ୟେଶ୍ୱରଠାରେ ବାଙ୍କୀ ଏବଂ ଗୋପୀନାଥପୁରକୁ ସଂଯୋଗ କରୁଥିବା ଟି-ସେତୁ ଦ୍ୱାରା ଗମନାଗମନର ବହୁ ସୁବିଧା ହୋଇପାରିଛି। ଏହି ସେତୁକୁ କେନ୍ଦ୍ରକରି ବୈଦ୍ୟେଶ୍ୱରଠାରୁ କୁରୁମପଡ଼ା ଛକ, ଚଣ୍ଡୀପୁର, ପଶାଣିଆ, ପଥୁରୀପଡ଼ା, ନରଣପୁର, ନରଗାଙ୍ଗ, ତୁଳସୀପୁର ପାଟ ଦେଇ ହଳଦିଆ କଲେଜ ପାଖରେ ଥିବା ରାସ୍ତାକୁ ଯଦି ଛତାବର ଦେଇ ସମ୍ ହସ୍ପିଟାଲ ପର୍ଯ୍ୟନ୍ତ ସଂଯୋଗ କରିଦିଆଯାଏ ତାହାଲେ ଭାପୁର, କଣ୍ଟିଲେ, ଖଣ୍ଡପଡ଼ା, ଦଶପଲ୍ଲା, ଗଣିଆ, ଢେଙ୍କାନାଳ ଜନସାଧାରଣ ଭୁବନେଶ୍ୱର ରାଜଧାନୀ ସହ ଅଳ୍ପ ସମୟ ମଧ୍ୟରେ ଯାତାୟତ କରିପାରିବେ। ବିଭିନ୍ନ ଜାଗାରେ ରସ୍ତା ଥିଲେ ମଧ୍ୟ ଏହାକୁ ସହଜ ସୁଗମ କରିବା ସହ ରାସ୍ତାର ଦୂରତା କମ୍ କରିବା ଦୃଷ୍ଟିରୁ ଖଣ୍ଡ ଖଣ୍ଡ ହୋଇଥିବା ରାସ୍ତାକୁ ସଂଯୋଗ କରିଦିଆଯାଏ ତେବେ ୭ଟି ଜିଲ୍ଲାକୁ ଅତି ସହଜରେ ସଂଯୋଗ କରିଦିଆଯିବା ସହ ରାସ୍ତାର ଦୂରତା ହ୍ରାସ ପାଇବ। ବାଙ୍କୀର ଯୁବ ସମାଜସେବୀ ଅମୂଲ୍ୟ ଦାଶ ଏଭଳି ଏକ ନକ୍ସା ପ୍ରସ୍ତୁତ କରି ବାଙ୍କୀର ବିଭିନ୍ନ ବୁଦ୍ଧିଜୀବୀ ସଂଗଠନ, ବ୍ୟକ୍ତି ବିଶେଷମାନଙ୍କର ମତାମତ ସଂଗ୍ରହ କରିଛନ୍ତି। ଏହି ରାସ୍ତା ସଂଯୋଗୀକରଣ କରାଗଲେ ରାଜଧାନୀଠାରେ ଥିବା ସେଣ୍ଟ୍ରାଲ୍ ଆୟୁର୍ବେଦିକ ଅନୁଷ୍ଠାନ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଗୁରୁକୁଳ ଶିକ୍ଷାନୁଷ୍ଠାନ, ବାଗ୍‌ଚି କ୍ୟାନସର ହସ୍ପିଟାଲ, ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଭଳି ଅନେକ ଅନୁଷ୍ଠାନ ସହିତ ଦୈନିକ ଯାତାୟତ କରିବା ସହ ପାଠପଢ଼ିବା ଏବଂ ରୋଗୀ ସେବା ସହଜ ହୋଇପାରିବ। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନଙ୍କୁ ଲିଖିତ ଅବଗତ କରାଇବା ସହ ବାଙ୍କୀ ବିଧାୟକ ଏବଂ କଟକ ଲୋକସଭା ସାଂସଦଙ୍କୁ ଲିଖିତ ଭାବେ ଶ୍ରୀ ଦାସ ଜଣାଇଛନ୍ତି। ଏହି ରାସ୍ତା ସଂଯୋଗୀକରଣ ହେବାଦ୍ୱାରା ରାସ୍ତାର ଦୂରତା ପ୍ରାୟ ୩୦କି.ମି ହ୍ରାସ ପାଇବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories