www.samajalive.in
Sunday, December 14, 2025
26.1 C
Bhubaneswar

ଗୋପୀନାଥପୁର-ବୈଦ୍ୟେଶ୍ୱର ଟି-ସେତୁ ସହ ଭୁବନେଶ୍ୱର ସିଟି ମଧ୍ୟରେ ରାସ୍ତା ସଂଯୋଗୀକରଣ ଦାବି

କଳାପଥର(ବାଙ୍କୀ): ମହାନଦୀରେ ବୈଦ୍ୟେଶ୍ୱରଠାରେ ବାଙ୍କୀ ଏବଂ ଗୋପୀନାଥପୁରକୁ ସଂଯୋଗ କରୁଥିବା ଟି-ସେତୁ ଦ୍ୱାରା ଗମନାଗମନର ବହୁ ସୁବିଧା ହୋଇପାରିଛି। ଏହି ସେତୁକୁ କେନ୍ଦ୍ରକରି ବୈଦ୍ୟେଶ୍ୱରଠାରୁ କୁରୁମପଡ଼ା ଛକ, ଚଣ୍ଡୀପୁର, ପଶାଣିଆ, ପଥୁରୀପଡ଼ା, ନରଣପୁର, ନରଗାଙ୍ଗ, ତୁଳସୀପୁର ପାଟ ଦେଇ ହଳଦିଆ କଲେଜ ପାଖରେ ଥିବା ରାସ୍ତାକୁ ଯଦି ଛତାବର ଦେଇ ସମ୍ ହସ୍ପିଟାଲ ପର୍ଯ୍ୟନ୍ତ ସଂଯୋଗ କରିଦିଆଯାଏ ତାହାଲେ ଭାପୁର, କଣ୍ଟିଲେ, ଖଣ୍ଡପଡ଼ା, ଦଶପଲ୍ଲା, ଗଣିଆ, ଢେଙ୍କାନାଳ ଜନସାଧାରଣ ଭୁବନେଶ୍ୱର ରାଜଧାନୀ ସହ ଅଳ୍ପ ସମୟ ମଧ୍ୟରେ ଯାତାୟତ କରିପାରିବେ। ବିଭିନ୍ନ ଜାଗାରେ ରସ୍ତା ଥିଲେ ମଧ୍ୟ ଏହାକୁ ସହଜ ସୁଗମ କରିବା ସହ ରାସ୍ତାର ଦୂରତା କମ୍ କରିବା ଦୃଷ୍ଟିରୁ ଖଣ୍ଡ ଖଣ୍ଡ ହୋଇଥିବା ରାସ୍ତାକୁ ସଂଯୋଗ କରିଦିଆଯାଏ ତେବେ ୭ଟି ଜିଲ୍ଲାକୁ ଅତି ସହଜରେ ସଂଯୋଗ କରିଦିଆଯିବା ସହ ରାସ୍ତାର ଦୂରତା ହ୍ରାସ ପାଇବ। ବାଙ୍କୀର ଯୁବ ସମାଜସେବୀ ଅମୂଲ୍ୟ ଦାଶ ଏଭଳି ଏକ ନକ୍ସା ପ୍ରସ୍ତୁତ କରି ବାଙ୍କୀର ବିଭିନ୍ନ ବୁଦ୍ଧିଜୀବୀ ସଂଗଠନ, ବ୍ୟକ୍ତି ବିଶେଷମାନଙ୍କର ମତାମତ ସଂଗ୍ରହ କରିଛନ୍ତି। ଏହି ରାସ୍ତା ସଂଯୋଗୀକରଣ କରାଗଲେ ରାଜଧାନୀଠାରେ ଥିବା ସେଣ୍ଟ୍ରାଲ୍ ଆୟୁର୍ବେଦିକ ଅନୁଷ୍ଠାନ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଗୁରୁକୁଳ ଶିକ୍ଷାନୁଷ୍ଠାନ, ବାଗ୍‌ଚି କ୍ୟାନସର ହସ୍ପିଟାଲ, ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଭଳି ଅନେକ ଅନୁଷ୍ଠାନ ସହିତ ଦୈନିକ ଯାତାୟତ କରିବା ସହ ପାଠପଢ଼ିବା ଏବଂ ରୋଗୀ ସେବା ସହଜ ହୋଇପାରିବ। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନଙ୍କୁ ଲିଖିତ ଅବଗତ କରାଇବା ସହ ବାଙ୍କୀ ବିଧାୟକ ଏବଂ କଟକ ଲୋକସଭା ସାଂସଦଙ୍କୁ ଲିଖିତ ଭାବେ ଶ୍ରୀ ଦାସ ଜଣାଇଛନ୍ତି। ଏହି ରାସ୍ତା ସଂଯୋଗୀକରଣ ହେବାଦ୍ୱାରା ରାସ୍ତାର ଦୂରତା ପ୍ରାୟ ୩୦କି.ମି ହ୍ରାସ ପାଇବ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories