www.samajalive.in
Saturday, December 13, 2025
21.1 C
Bhubaneswar

କଳାପଥର ଗୋଲେଇ ଛକ ମାପଚୁପ କଲା ପ୍ରଶାସନ

କଳାପଥର(ବାଙ୍କୀ): ବାଙ୍କୀଠାରୁ ବୈଦ୍ୟେଶ୍ୱର ବାଟଦେଇ କଳାପଥର ଗୋଲେଇ ଛକ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ରାସ୍ତାକୁ ପ୍ରଶସ୍ତ କରାଯିବା ସହିତ ଏହାର ପୁନରୁଦ୍ଧାର କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗକୁ ଅର୍ଥ ମଞ୍ଜୁର କରାଯାଇଛି। ଏ ବାବଦରେ ପ୍ରାୟ ୨୪ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଛି। ଠିକାଦାରୀ ସଂସ୍ଥା ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି ସତ ହେଲେ, ବିଭିନ୍ନ ସ୍ଥାନରେ ରହିଥିବା ଜବର ଦଖଲ ଉଚ୍ଛେଦ ହୋଇନାହିଁ। ବାରମ୍ବାର ପ୍ରଶାସନ ପକ୍ଷରୁ ଜବର ଦଖଲକାରୀଙ୍କୁ ବୁଝାଇଲେ ମଧ୍ୟ ଏଥିରେ କୌଣସି ଫରକ ପଡୁନାହିଁ। ଏହି କ୍ରମରେ ବାଙ୍କୀଠାରୁ ବୈଦ୍ୟେଶ୍ୱର ୧୯ କିଲୋ ମିଟର ରାସ୍ତାକୁ ଖାଲ ଢିପ କରି ନିର୍ମାଣ କରାଗଲା । ଅନେକ ସ୍ଥାନରେ ଏବେ ବି ଘର, ପାଇଖାନା ଥିବା ଦେଖିବାକୁ ମିଳିଛି। ହେଲେ ସ୍ଥାନୀୟ ତହସିଲ ପ୍ରଶାସନର ସହଯୋଗ ଅଭାବରୁ ରାସ୍ତା କଡରେ ହୋଇଥିବା ଜବର ଦଖଲ ଉଚ୍ଛେଦ ହୋଇପାରିଲା ନାହିଁ। ଦୀର୍ଘ ଦିନ ଅପେକ୍ଷା କରି ନିରାଶ ହେବାକୁ ପଡ଼ିବାରୁ ଠିକାଦାରୀ ସଂସ୍ଥା ଏହାର କାମ ଆରମ୍ଭ କରିଥିଲେ। ଏବେ ଉକ୍ତ ରାସ୍ତାଟି କଳାପଥର ଗୋଲେଇ ଛକ ପର୍ଯ୍ୟନ୍ତ ଯିବାକୁ ରହିଛି। ସ୍ଥାନୀୟ ଦମକଳ କେନ୍ଦ୍ରଠାରୁ ଗୋଲେଇ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇକଡରେ ସରକାରୀ ଜାଗାକୁ ଅବରୋଧ କରି କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ନିଜର ଦୋକାନ ଘର , ବାସଗୃହ କରି ରହିଥିବା ବେଳେ ଏମାନଙ୍କୁ ହଟାଇବା ପ୍ରଶାସନ ପାଇଁ ଏକ ପ୍ରକାରର ମୁଣ୍ଡବ୍ୟଥାର କାରଣ ପାଲଟିଛି। ‘ତାର ଭାଙ୍ଗିଲେ ମୁଁ ଭାଗିବି’ ଏମିତି ବେତଣ୍ଡା ଯୁକ୍ତି କରୁଛନ୍ତି କିଛି ବ୍ୟକ୍ତି । ଫଳରେ କିପରି ଏକ ସୁନ୍ଦର ରାସ୍ତାଟିଏ ହୋଇପାରିବ ସେଥିପ୍ରତି କିନ୍ତୁ କାହାର ନଜର ନାହିଁ। ଏପରିକି ଏହି ପ୍ରଭାବଶାଳୀ ବ୍ୟକ୍ତିମାନେ ରାଜନେତାଙ୍କୁ ଉଚ୍ଛେଦ ନ କରିବାକୁ ବିଭିନ୍ନ ସମୟରେ ଚାପ ପକାଇଥିବା ଶୁଣିବାକୁ ମିଳୁଛି । ଏହି କାରଣରୁ ୨ ବର୍ଷ ହେଲାଣି ମାତ୍ର ୨୬ କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରୁନାହିଁ । ଏଥିନେଇ ସାଧାରଣ ରେ ଅଭିଯୋଗ ହେବା ପରେ ମଙ୍ଗଳବାର ଉଭୟ ବାଙ୍କୀ ଓ ବୋଲଗଡ଼ ତହସିଲ ପକ୍ଷରୁ ପୁନଶ୍ଚ ମାପ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିନେଇ ବାଙ୍କୀ ତହସିଲଦାର ଅଶେଷ ନାୟକ ତୁରନ୍ତ ଜବର ଦଖଲ ଉଚ୍ଛେଦ କରାଯିବ ବୋଲି ସୂଚନା ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories