www.samajalive.in
Sunday, December 7, 2025
16.1 C
Bhubaneswar

ପରଦାକୁ ଆସିଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଳଙ୍କ’

ମୁମ୍ବଇ : କରଣ ଜୋହରଙ୍କ ପ୍ରଯୋଜନାରେ ନିର୍ମିତ ଅନେକ ପ୍ରସିଦ୍ଧ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘କଳଙ୍କ’ ବୁଧବାର(୧୭ ଏପ୍ରିଲ) ମୁକ୍ତିଲାଭ କରିଛି। ଏଥିରେ ବରୁଣ ଧାୱନ, ଆଲିୟା ଭଟ୍ଟ, ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ସୋନାକ୍ଷୀ ସିହ୍ନା ଓ ଆଦିତ୍ୟ ରୟ କପୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛନ୍ତି। ‘କଳଙ୍କ’ ୧୯୪୦ ମସିହାର ଏକ କାହାଣୀ ଉପରେ ପର୍ଯ୍ୟବସିତ। ଅଭିଷେକ ବର୍ମନ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଦୀର୍ଘ ୨୦ ବର୍ଷ ପରେ ମାଧୁରୀ ଦୀକ୍ଷିତ ଓ ସଞ୍ଜୟ ଦତ୍ତଙ୍କ ଯୋଡ଼ି ପରଦାରେ ଦେଖିବାକୁ ମିଳିଛି। ଏହା କରଣ ଜୋହରଙ୍କ ଡ୍ରିମ୍‍ ପ୍ରୋଜେକ୍ଟ। କରଣଙ୍କ ପିତା ୟଶ ଜୋହର ଏହି ଚଳଚ୍ଚିତ୍ର ନିର୍ମାଣ କରିବାର ସ୍ୱପ୍ନ ଦେଖିଥିଲେ। ଚଳଚ୍ଚିତ୍ରର ବଜେଟ୍‍ ପ୍ରାୟ ୮୫କୋଟି ଟଙ୍କା ରହିଛି। ପ୍ରଥମ ଦିନ ବକ୍ସ ଅଫିସରେ ଏହା ୨୩କୋଟି ଟଙ୍କାର ବ୍ୟବସାୟ କରିପାରେ ବୋଲି ଟ୍ରେଡ଼ ଏକ୍ସପର୍ଟଙ୍କ ଆଶା ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories