www.samajalive.in
Saturday, December 6, 2025
26.1 C
Bhubaneswar

ଭାରତୀୟ ସୀମାରେ ପଶି କୃଷକଙ୍କୁ ପିଟିଲେ ପାକିସ୍ତାନୀ, ଅହପରଣ ଯୋଜନା ପଣ୍ଡ

ପଠାନକୋଟ: ଭାରତୀୟ ସୀମାରେ ପଶି ଜଣେ କୃଷକଙ୍କୁ ମାଡ଼ ମାରି ଅପହରଣ କରିନେବାକୁ କେତେଜଣ ପାକିସ୍ତାନୀ ଉଦ୍ୟମ କରିଛନ୍ତି। ପଞ୍ଜାବର ପଠାନକୋଟ ଅନ୍ତର୍ଗତ କସ୍‌ବା ବମିୟାଲର ଖୁଦାଇପୁର ଗାଁ ନିକଟ ଅନ୍ତର୍ଜାତୀୟ ସୀମା ପାଖରେ ଏହି ଘଟଣା ଘଟିଛି। ଚାଷୀ ଜଣକ ନିଜ କ୍ଷେତରେ କାମ କରୁଥିବା ବେଳେ ଅଭିଯୁକ୍ତ ଭାରତୀୟ ସୀମା ଡେଇଁ ତାଙ୍କୁ ଆକ୍ରମଣ କରିବା ସହ ଘୋଷାଡ଼ି ନେବାକୁ ଉଦ୍ୟମ କରିଥିଲେ।

ସୂଚନା ମୁତାବକ,  ଖୁଦାଇପୁର ଗାଁର ଚାଷୀ ସୁଖବୀର ସିଂହ ଲକ୍ଖା ମଙ୍ଗଳବାର ସକାଳ ସାଢ଼େ ୧୦ଟାରେ ଅନ୍ତର୍ଜାତୀୟ ସୀମାର ୯ନମ୍ବର ଗେଟ୍‌ ପାଖରେ ଥିବା ନିଜ କ୍ଷେତରେ କାମ କରୁଥିଲେ। ଏହି ସମ୍ରରେ ପଛରୁ ଜଣେ ଯୁବକ ଆସି ତାଙ୍କୁ ମାଡ଼ ମାରିଥିଲେ। ପରେ ତାଙ୍କୁ ପାକିସ୍ତାନ ସୀମା ପଟକୁ ଘୋଷାଡ଼ି ନେବାକୁ ଉଦ୍ୟମ କରିଥିଲେ। ତାଙ୍କ ଚିତ୍କାର ଶୁଣି ନିକଟରେ କାମ କରୁଥିବା ଅନ୍ୟ ଚାଷୀମାନେ ପହଞ୍ଚିବାରୁ ସମ୍ପୃକ୍ତ ଯୁବକ ପାକିସ୍ତାନ ସୀମା ପଟକୁ ଦୌଡ଼ି ପଳାଇଥିଲେ। ପାକ୍‌ ସୀମା ନିକଟରେ ଆହୁରି ୩ ଜଣ ଯୁବକ ଅସ୍ତ୍ରଶସ୍ତ୍ର ଧରି ଛିଡ଼ା ହୋଇଥିବା ଚାଷୀମାନେ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସୁଖବୀର ବମିୟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାର ଯାଞ୍ଚ ପରେ ମାମଲାକୁ ବିଏସଏଫକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ତେବେ ପାକିସ୍ତାନୀ ରେଞ୍ଜର ଏଭଳି କାର୍ଯ୍ୟ କରିଥିବା ଆଶଙ୍କା କରାଯାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories