କଲମପୁର : ସୋମବାର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ବିଏସକେୱାଇ ନବୀନକାର୍ଡ ପ୍ରଚାର ପ୍ରସାର ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜୁ ସ୍ୱାସ୍ତ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ସଚେତନତା ସଭାରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ଯୋଗ ଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ସମ୍ବନ୍ଧରେ ଆଲୋକପାତ କରିଥିଲେ।
ଏଥିରେ ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି, ଡାକ୍ତର ଜ୍ୟୋତିକ୍ରିଷ୍ଣ ମାଝୀ, ଡାକ୍ତର ସୋନାଲି ପଣ୍ଡା, ଡାକ୍ତର ଅମୂଲ୍ୟ କୁମାର ବେହେରାଙ୍କ ସମେତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ , ଆଶା ଓ ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ରହିଥିଲେ। ଏହାପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ପ୍ରଚାର ପ୍ରସାର ରଥକୁ ବିଡିଓ ଶ୍ରୀ ମାଣ୍ଡାଙ୍ଗି ଏବଂ ଡାକ୍ତର ସ୍ୱାଇଁ ପତାକା ଦେଖାଇ ଶୂଭାରମ୍ଭ କରିଥିଲେ।
ଏହି ରଥ ସମଗ୍ର କଲମପୁର ବ୍ଲକର ୧୧ ଗୋଟି ପଞ୍ଚାୟତ ୫୫ ଖଣ୍ଡ ଗ୍ରାମ ପରିକ୍ରମା କରି ବିଜୁ ସ୍ୱାସ୍ତ୍ୟ କଲ୍ୟାଣ ଯୋଜନା କାର୍ଡରୁ ବଂଚିତ ହେଇଥିବା କେଉଁ ଉପଭୋକ୍ତା ମାନେ ଆବେଦନ କରିବେ ଏବଂ ଜାନୁଆରୀ ୬ରୁ ୧୬ ତାରିଖ ସ୍ୱଳ୍ପ ସମୟ ମଧ୍ୟରେ କିଭଳି ଆବେଦନ କରି ପାରିବେ ସେନେଇ ଲୋକଙ୍କୁ ସଚେତନତା କରାଯିବ। ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ହେମନ୍ତ କୁମାର ଶଗଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



