www.samajalive.in
Thursday, December 11, 2025
26.1 C
Bhubaneswar

ଆଖି ଅପରେସନ କରାଇବା ହେଲା କାଳ, ଦୃଷ୍ଟି ଶକ୍ତି ହରାଇଲେ ମହିଳା

କଲମପୁର: ବୟସ ୫୮। ନିଜ ସାମର୍ଥ୍ୟ ଅନୁସାରେ ଗାଁକୁ ଗାଁ ବୁଲି ଚୁଡି, ମାଳି ସମେତ ମହିଳାଙ୍କ ବ୍ୟବହାର ଜିନିଷ ବିକ୍ରୟ କରି ଯାହା ରୋଜଗାର କରେ ସେଥିରେ ସେ ଚଳିଯାଉଥିଲା। ବୟସ ଅଧିକ ଯୋଗୁଁ କମି ଆସୁଥିଲା ଦୃଷ୍ଟି ଶକ୍ତି। ହଠାତ୍ ଦିନେ ଜୁନାଗଡ ଠାରେ ଥିବା ଲେପ୍ରା ସୋସାଇଟିର କିଛି କର୍ମକର୍ତ୍ତା ଆସି ଗାଁ ଲୋକଙ୍କ ଚକ୍ଷୁ ପରୀକ୍ଷା କରିବା ସହ ମହିଳା ଜଣକଙ୍କ ଆଖିର ସମସ୍ୟା ଥିବା ଓ ତାହାର ଅପରେସନ ଆବଶ୍ୟକ ଥିବା ବୁଝାଇଥିଲେ। ଏପରିକି ଆଖି ଅପରେସନ ସରକାରଙ୍କ ତରଫରୁ ମାଗଣାରେ କରାଯିବା ନେଇ ବୁଝାଇଥିଲେ। ମହିଳା ଜଣକ ସେମାନଙ୍କ କଥାରେ ସହମତି ହେବା ପରେ ଗତ ଜାନୁଆରୀ ୨୦ ତାରିଖ ଦିନ ଲୋପ୍ରା ସୋସାଇଟି ତରଫରୁ ରୋଗୀଙ୍କୁ ନେବା ପାଇଁ ଗାଁକୁ ବସ ପଠା ଯାଇଥିଲା। ସେହି ବସ ଯୋଗେ ମହିଳା ଜଣକ ଲୋପ୍ରା ସୋସାଇଟିର ଚକ୍ଷୁ ମେଡିକାଲରେ ପହଂଚି ଥିଲେ। ୨୧.୧ ଦିନ ତାଙ୍କର ଆଖି ଅପରେସନ କରାଯାଇଥିଲା। ପରବର୍ତି ସମୟରେ ଆଖି ନାଲି ପଡିଯିବା ସହ ଅନବରତ ଆଖିରୁ ପାଣି ବାହାରିଥିଲା।

 

- Advertisement -

ତୁରନ୍ତ ଅପରେସନ କରାଯାଇଥିବା ଲେପ୍ରା ସୋସାଇଟିର ଚକ୍ଷୁ ହସପିଟାଲରେ ପହଂଚି ଅପରେସନ ଦାଇତ୍ୱରେ ଥିବା ଡାକ୍ତର ଜିଜ୍ଞାସୁ ଅଗ୍ନିହୋତ୍ରୀଙ୍କୁ ଦେଖାଇଥିଲେ। କିନ୍ତୁ ଅଳ୍ପ କିଛି ଔଷଧ ଓ ଆଖି ଡ୍ରପ ଦେଇ ଫେରାଇ ଦେଇଥିଲେ। ଏଭଳି ମାସକ ମଧ୍ୟରେ ତିନିଥର ଯାଇଥିଲେ ମଧ୍ୟ ଠିକ୍ ହେଇଯିବ କହି ଫେରାଇ ଦେଇଥିଲେ। ପରବର୍ତି ସମୟରେ ଭବାନିପାଟଣା ର ଅନ୍ୟ ଏକ ଚକ୍ଷୁ ହସପିଟାଲକୁ ଯିବା ପରେ ଆଖିଟି ଅତ୍ୟାଧିକ ସଂକ୍ରମଣ ଯୋଗୁଁ ନଷ୍ଟ ହେଇଯାଇଥିବା ସୁଚା ପାଇଥିଲେ। ଏନେଇ ଚକ୍ଷୁ ଅପରେସନ ଦାଇତ୍ୱରେ ଥିବା ଡାକ୍ତର ଅଗ୍ନିହୋତ୍ରୀଙ୍କ ସହ ପୁନଃ ଯୋଗାଯୋଗ କରିଥିଲେ ମଧ୍ୟ ସେ ନିରୁତର ରହିଲେ। ଏବେ ବାଧ୍ୟ ହେଇ ନିଜ ଘରକୁ ଫେରି କର୍ମକୁ ଆଦରି ଘରେ ପଡି ରହିଛି କଲମପୁର ବ୍ଲକ ମଣ୍ଡଳ ଗାଁର ମହିଳା ଶୁକ ନାଏକ। ଦୃଷ୍ଟି ଶକ୍ତି ହରାଇବା ସହ ନିଜ ଜିବୀକା ହରାଇ ଅସହାୟ ହେଇ ପଡିଛି। ଆଖି ଅପରେସନ କରିବା ଶୁକ ପାଇଁ କାଳ ହେଲା।
ଏନେଇ ଡାକ୍ତର ଅଗ୍ନିହୋତ୍ରୀ କହିଥିଲେ ଯେ ଏହା କର୍ଣ୍ଣିଆଲ ଡିକମ୍ପୋଜିସନ ବା ଆଲର୍ଜି ରିଏକ୍ସନ। ଏଥିରେ ଯେ କୌଣସି ପ୍ରକାରେ ସଂକ୍ରମଣ ହୋଇଥାଏ। ଏହାର ଶେଷ ସମାଧାନ କର୍ଣ୍ଣିଆଲ ଟ୍ରାନ୍ସପ୍ଲାଣ୍ଟ ବୋଲି ମତବ୍ୟକ୍ତି କରିଥିଲେ।
ଅନ୍ୟପଟେ କିନ୍ତୁ ଏହି କର୍ଣ୍ଣିଆଲ ଟ୍ରାନ୍ସପ୍ଲାଣ୍ଟ ଅଧିକ ବ୍ୟୟ ସାପେକ୍ଷ। କିନ୍ତୁ ଏହି ଗରିବ ପରିବାର ୩ଲକ୍ଷ ଟଙ୍କା ରୁ ଅଧିକ ଖର୍ଚ୍ଚ କରି ଚିକିତ୍ସା କରାଇବା ସମ୍ଭବ ନୁହେଁ। ଏନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରତାପ କୁମାର ବହେରାଙ୍କ ସହ ଯୋଗାଯୋଗ କରାଯାଇଥିଲା ଏନେଇ ସମ୍ପୃକ୍ତ ପିଡିତାଙ୍କ ପରିବାର ତରଫରୁ ଲିଖିତ ଅଭିଯୋଗ ଆସିଲେ ତୁରନ୍ତ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories