www.samajalive.in
Thursday, December 11, 2025
26.1 C
Bhubaneswar

ବିକାଶ ପାଣ୍ଠି ପ୍ରତିଷ୍ଠାନ ସ୍ଥାପନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

https://youtu.be/p7n0WXvbtmg

୨୦ହଜାର କୋଟି ଟଙ୍କାର ପ୍ରାରମ୍ଭିକ ପୁଞ୍ଜି ପ୍ରଦାନ ସହ ବିକାଶ ପାଣ୍ଠି ପ୍ରତିଷ୍ଠାନ ସ୍ଥାପନ ପାଇଁ ଏକ ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ବିଲ୍ ଚଳିତ ବଜେଟ୍ ଅଧିବେଶନରେ ସଂସଦରେ ଉପସ୍ଥାପନ ହେବ। ଦେଶରେ ବଡ଼ ବଡ଼ ମୌଳିକ ଢାଞ୍ଚା ବିକାଶ ପ୍ରକଳ୍ପଗୁଡ଼ିକ ପାଇଁ ଏହା ଦୀର୍ଘକାଳୀନ ଋଣ ଯୋଗାଇବା ଆଶା କରାଯାଉଛି। କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଥମେ ବିକାଶ ପାଣ୍ଠି ପ୍ରତିଷ୍ଠାନକୁ ୫ହଜାର କୋଟି ଟଙ୍କାର ଅନୁଦାନ ଦିଆଯିବ। ଅତିରିକ୍ତ ଅନୁଦାନଗୁଡ଼ିକୁ ୫ହଜାର କୋଟି ଟଙ୍କାର ମଧ୍ୟରେ ସୀମିତ ରଖାଯିବ।

- Advertisement -

ସେ କହିଛନ୍ତି, ସରକାର ଏହି ଅନୁଷ୍ଠାନକୁ କିଛି ଅଂଶଧନ ପ୍ରଦାନ କରିବାକୁ ଯୋଜନା କରୁଛନ୍ତି, ଯାହା ଫଳରେ ସୁଧହାର କମ୍ ରହିବ। ଏହା ଯୋଗୁଁ ବିକାଶ ପାଣ୍ଠି ପ୍ରତିଷ୍ଠାନ ପାଇଁ ବିଭିନ୍ନ ସୂତ୍ରରୁ ସହଜରେ ପାଣ୍ଠି ଆସି ପାରିବ। ଅର୍ଥମନ୍ତ୍ରୀ କହିଛନ୍ତି, ଆଗାମୀ କିଛି ବର୍ଷ ଭିତରେ ବିକାଶ ପାଣ୍ଠି ପ୍ରତିଷ୍ଠାନ ୩ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ସଂଗ୍ରହ କରିବାର ଆଶା କରାଯାଉଛି। ଏହି ଅନୁଷ୍ଠାନକୁ ୧୦ବର୍ଷ ପର୍ଯ୍ୟନ୍ତ ଟିକସ ରିହାତି ସୁବିଧା ପ୍ରଦାନ କରାଯିବ। ଭାରତୀୟ ଷ୍ଟାମ୍ପ୍ ଆଇନରେ ମଧ୍ୟ ସଂଶୋଧନ ଅଣାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ବିକାଶ ପାଣ୍ଠି ପ୍ରତିଷ୍ଠାନର ଢାଞ୍ଚା ବିଷୟରେ ସେ କହିଛନ୍ତି, ଏଥିରେ ପେସାଦାରମାନଙ୍କର ଏକ ପରିଚାଳନା ମଣ୍ଡଳୀ ରହିବ। ସେମାନଙ୍କ ମଧ୍ୟରୁ ଶତକଡ଼ା ୫୦ ଭାଗ ସଦସ୍ୟ ଅଣସରକାରୀ କ୍ଷେତ୍ରରୁ ରହିବେ। ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ବୋର୍ଡରେ ସଦସ୍ୟ ରହିବେ। ଅର୍ଥମନ୍ତ୍ରୀ କହିଛନ୍ତି, ବିକାଶ ପାଣ୍ଠି ପ୍ରତିଷ୍ଠାନର ଢାଞ୍ଚା ସମ୍ପୂର୍ଣ୍ଣ ରୂପେ ପେସାଦାର ଭିତ୍ତିକ ହେବାକୁ ସରକାର ଚାହାନ୍ତି। ଦକ୍ଷ୍ୟ ପେସାଦାରମାନଙ୍କ ଜରିଆରେ ଏହି ସଂଗଠନ ବଜାରର ଚାହିଦା ପୂରଣ କରି।ରିବ ବୋଲି ସେ କହିଛନ୍ତି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories