ଦ୍ରୋପଦୀ ମୁର୍ମୁଙ୍କ ବିଜୟ ଯାତ୍ରା, ନିର୍ମାଲ୍ୟକ୍ଷେତ୍ର ପରିସରରେ ବ୍ଲକ ବିଜେପିର ବିଜୟ ଉତ୍ସବ

କଲମପୁର: ଓଡ଼ିଶାର ଗର୍ବ ଏବଂ ଗୌରବ ଓଡ଼ିଶା ମାଟିର ଝିଅ ଦ୍ରୋପଦୀ ମୁର୍ମୁ ଦେଶର ପଂଚଦଶ ରାଷ୍ଟ୍ରପତି ତଥା ଆଦିବାସୀ ବର୍ଗର ପ୍ରଥମ ପ୍ରତିନିଧି ଭାବେ ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ରାଜ୍ୟର କୋଣ ଅନୁକୋଣରେ ଆଜି ବିଜୟ ଉତ୍ସବ ପାଳନ କରାଯାଉଛି। କଲମପୁର ବି.ଜେ.ପି କଲମପୁର ମଣ୍ଡଳ ସଭାପତି କମଳ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବିଜୟ ଉତ୍ସବରେ ବରିଷ୍ଠ ନେତା ବିଜୟ କୁମାର ପଣ୍ଡା, ସୁଧିର କୁମାର ବାଗ, ଶୁସିଳ କୁମାର ପତି, ମିଟୁ ସାହୁ, ହିତେଶ ରଞ୍ଜନ ପାତ୍ର, କୃଷ୍ଣ ଚନ୍ଦ୍ର ବାଗ, କୈଳାଶ ବାଗ ପ୍ରମୁଖଙ୍କ ସମେତ ବହୁ ବି.ଜେ.ପି କର୍ମୀ ଉପସ୍ଥିତ ଥିଲେ।

Comments are closed.