www.samajalive.in
Monday, December 8, 2025
27.1 C
Bhubaneswar

କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ବନୋମହୋତ୍ସବ, ଗଛ ବଞ୍ଚାଇବାକୁ ଶପଥ ନେଲେ ଛାତ୍ରଛାତ୍ରୀ

କଲମପୁର: ଜଙ୍ଗଲର ଅନ୍ୟ ନାମ ଜୀବନ। ଜଙ୍ଗଲରୁ ଆମକୁ ଖାଦ୍ୟ ମିଳୁଛି। ଜଙ୍ଗଲରେ ଥିବା ଗଛରୁ ଆମକୁ ଅମ୍ଳଜାନ ମିଳୁଛି। ମୂର୍ତ୍ତିକା ସଂରକ୍ଷଣ ପାଇଁ ଗଛର ଆବଶ୍ୟକତା ଥିବା ବେଳେ ତାପମାତ୍ର ନିୟନ୍ତ୍ରଣ କ୍ଷେତ୍ରରେ ବୃକ୍ଷର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏଭଳି ଏକ ବାର୍ତ୍ତା ନେଇ କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟ କ୍ରମ ଆୟୋଜିତ ହେଇଯାଇଛି। ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଅଂଶଗ୍ରହଣ କରି ଚାରା ରୋପଣର ମହତ୍ୱ ସମ୍ବନ୍ଧରେ ଜାଣିବା ସହ ଗଛ ବଞ୍ଚିଇ ରଖିବା ପାଇଁ ଶପଥ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଡିଓ ପ୍ରଶନ୍ନ କୁମାର ପଟେଲ ଉପସ୍ଥିତ ଥିବା ବେଳେ କନିଷ୍ଠ ଯନ୍ତ୍ରୀ ନବିନ କୁମାର ଟୁଡୁ, ଇନ୍ଦ୍ରମଣି ସାହୁ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ ଓ ଅନ୍ୟ କର୍ମ·ରୀ ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଗଛର ବଂ·ଇବା ନେଇ ଉତ୍ସାହିତ କରିଥିଲେ। ଆଗାମୀ ଦିନରେ କଲମପୁର ଅଞ୍ଚଳର ପ୍ରତି ବିଦ୍ୟାଳୟ ସମେତ ସରକାରୀ ଜମିରେ ଗଛ ଲଗାଇ ଏକ ଉଦାହରଣ ସୃଷ୍ଟି କରାଯିବା ପାଇଁ ଛାତ୍ର ଛାତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି। ଘର ପୋଡିଲେ ବଣକୁ ଯିବା କିନ୍ତୁ ବଣ ପୋଡିଲେ କେଉଁଠି ରହିବା ? ଏଭଳି ଶ୍ଲୋଗାନ ଦେଇ ଛାତ୍ର ଛାତ୍ରୀ ମାନେ ଗଛ ଚାରା ଲଗାଇଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories