www.samajalive.in
Monday, December 8, 2025
13.1 C
Bhubaneswar

ବଡକୁଟୃ ଉପ ସ୍ୱାସ୍ଥ୍ୟ କେନ୍ଦ୍ର କହୁଛି ଅଞ୍ଚଳର ସ୍ୱାସ୍ଥ୍ୟ ଅବସ୍ଥା

କଲମପୁର : ଲୋକଙ୍କ ଜ୍ୱର ହେଉ ଅଥବା ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଅଥବା କୌଣସି ପ୍ରସୁତି କିମ୍ବା ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଶିଶୁଙ୍କ ପ୍ରଜତ୍ନ ସବୁ କାମ ହେଇଥାଏ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାଧ୍ୟମରେ। ଏହାସହ ପ୍ରତି ସପ୍ତାହରେ ବିଭିନ୍ନ ଟିକାକରଣ ପାଇଁ ନିୟୋଜିତ ହେଇଥାନ୍ତି ସ୍ୱାସ୍ଥ୍ୟ ସେବିକା। ପ୍ରତ୍ୟେକ ଗାଁକୁ ଯାଇ ସ୍ୱାସ୍ଥ୍ୟ ସେବୀକା ସମସ୍ତ କାର୍ଯ୍ୟ କରନ୍ତି। ଏଥିପାଇଁ ପ୍ରତି ସ୍ୱାସ୍ଥ୍ୟ ଉପକେନ୍ଦ୍ର ରେ କାର୍ଯ୍ୟାଳୟ ସହିତ ସ୍ୱାସ୍ଥ୍ୟ ସେବିକା ଙ୍କ ରହିବା ପାଇଁ ଲକ୍ଷ ଲକ୍ଷ ଟଙ୍କାରେ କୋଠା ସବୁ ନିର୍ମାଣ କରାଯାଇଛି। କିନ୍ତୁ ସ୍ୱାସ୍ଥ୍ୟ ଉପକେନ୍ଦ୍ର ର କୋଠା ନିର୍ମାଣ ହେଇଥିଲେ ମଧ୍ୟ କେଉଁଠୁ ବିଦ୍ୟୁତ୍‍ ସେବା ନାହିଁ ତ କେଉଁଠି ପାଣି ଯୋଗାଣ ହେଇ ପାରି ନାହିଁ। ଆଜି ହେବ କାଲି ହେବ କହି କହି ବର୍ଷ ବର୍ଷ ବିତି ସାରିଥିଲେ ମଧ୍ୟ କଲମପୁର ବ୍ଲକ ପାତ୍ରବସା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହି ଜୁଆଡି ତଥା ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ବାଧ୍ୟ ହେଇ ସ୍ୱାସ୍ଥ୍ୟ ସେବିକା ଭଡା ଘରେ ରହି ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି।

କେବଳ ପାତ୍ରବାସା ସ୍ୱାସ୍ଥ୍ୟ ଉପକେନ୍ଦ୍ର ନୁହେଁ ବଡକୁଟୃ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅବସ୍ଥା ଏବେ ଅଞ୍ଚଳର ସ୍ୱାସ୍ଥ୍ୟ ଅବସ୍ଥା କହୁଛି। ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ର ଅବସ୍ଥା ଅତ୍ୟନ୍ତ ଦୟନୀୟ ହେଇ ପଡ଼ିଛି। ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ପରିସରରେ ଅନାବନା ଗଛ ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିବା ବେଳେ ଛାତରୁ ପାଣି ଗଳୁଛି। ଅନାବନା ଗଛ ପାଇଁ ମଶା ମାଛିର ପ୍ରଭାବ କାରଣରୁ ରୁଗୁଣ ହେଇ ପଡ଼ିଛି ବଡକୁଟୃ ସ୍ୱାସ୍ଥ୍ୟ ଉପକେନ୍ଦ୍ର। ପାରିପାର୍ଶ୍ବିକ ଅବସ୍ଥା ଅତ୍ୟନ୍ତ ଦୟନୀୟ। ବେଳେ ବେଳେ ଛାତରୁ ସିମେଣ୍ଟ ଅତଡା ଖସି ପଡୁଛି ଜଣେ କର୍ମଚାରୀ ବସି ଅଫିସ କାମ କରିବା ସମ୍ଭବ ହେଉ ନାହିଁ। ଅନେକ ସମୟରେ ବିଷାକ୍ତ ସାପଙ୍କ ପ୍ରଭାବ ଦେଖା ଦେଉଛି। ନିକଟରେ କୌଣସି ଜନ ବସତି ନାହିଁ। ଯେଉଁଥିପାଇଁ ଜଣେ ମହିଳା କର୍ମଚାରୀ ରହିବା ନିରାପଦ ହେଉ ନାହିଁ। କାର୍ଯ୍ୟାଳୟର କୌଣସି ଗୁରୁତ୍ୱପୁର୍ଣ୍ଣ କାଗଜାତ ରଖିବା ମଧ୍ୟ ସୁରକ୍ଷିତ ନୁହେଁ। ଏହି ଉପସ୍ୱାସ୍ଥ୍ୟ କେନ୍ଦ୍ର ଉପରେ କେବଳ ବଡକୁଟୃ ପଞ୍ଚାୟତର ବଡକୁଟୃ, ସାନକୁଟୃ, ଖଙ୍ଗାରଗୁଡା, ଅଥବା ବରଚ୍ଛି ନୁହେଁ ନିକଟସ୍ଥ ବିଜମରା ପଞ୍ଚାୟତର ପାଣିଗାଁ ସମେତ ଜୟପାଟଣା ବ୍ଲକର ରସଡୁମେର ଆଦି ୭ ଖଣ୍ଡ ଗ୍ରାମର ପ୍ରାୟ ୫ ହଜାର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଛି ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର।

- Advertisement -

କିନ୍ତୁ ସ୍ୱାସ୍ଥ୍ୟ ସେବିକା ଏହି ବିପର୍ଯ୍ୟସ୍ଥ କୋଠାରେ ରହିବା ସୁରକ୍ଷିତ ନଥିବା ବେଳେ ନିକଟସ୍ଥ ଜନବସତିରେ ଭଡା ଘରର ଅଭାବ କାରଣରୁ ବାଧ୍ୟ ହେଇ ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ପ୍ରାୟ ୪ କିଲୋମିଟର ଦୂରରେ ଥିବା ବିଜମରା ଗ୍ରାମର ଏକ ଭଡା ଘରେ ରହି ରିତିମତ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ବାଧ୍ୟ ହେଉଛନ୍ତି। ତେଣୁ ତୁରନ୍ତ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି। ଏନେଇ ବଡକୁଟୃ ସରପଞ୍ଚ ସମୀର ରଞ୍ଜନ ସାହୁ ପ୍ରତ୍ୟେକ ସମିତି ବୈଠକରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସମେତ ଏକମାତ୍ର ହୋମିଓପ୍ୟାଥି ଡିସପେନସେରୀ ଓ ପଶୁ ସମ୍ପଦ ବିଭାଗ ର କୋଠା ଅବସ୍ଥା ସମ୍ବନ୍ଧରେ ଦୃଷ୍ଟି ଆକର୍ଷଣ କରାଉଥିଲେ ମଧ୍ୟ ଅଦ୍ୟାବଧି ସମାଧାନ ହେଇ ପାରିନଥିବା ସୁଚନା ଦେଇଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories