www.samajalive.in
Monday, December 8, 2025
27.1 C
Bhubaneswar

ଦେବ ଦୂତ ସାଜିଲେ ଟ୍ରାକ୍ଟର ଡ୍ରାଇଭର: ଭାସି ଯିବା ପୂର୍ବରୁ ୩ଜଣଙ୍କ ଉଦ୍ଧାର କଲେ

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ୍ ଅଧୀନସ୍ତ ଅଡ୍ରି ନିକଟସ୍ଥ ଚାନ୍ଦଗିରୀ ନାଳ ପାଣି ସ୍ରୋତରୁ ଉଦ୍ଧାର ହେଲେ ଦୁଇ ଯୁବତୀ ଏବଂ ଜଣେ ମହିଳା। ଦୁଇ ଯୁବତୀ ବଡବଫଲା ଗ୍ରାମର ହୋଇଥିବା ବେଳେ ମହିଳା ଜଣକ ଅଡ୍ରି ଗ୍ରାମର। ବୁଧବାର ସଂଧ୍ୟାରେ ନାଳ ନିକଟରେ କାମ କରୁଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ବର୍ଷାରୁ ବର୍ତ୍ତିବା ପାଇଁ ପୋଲ ତଳେ ତିନି ଜଣ ଆଶ୍ରୟ ନେଇଥିଲେ। ଏହି ସମୟରେ ନାଳ ଉପର ମୁଣ୍ଡରେ ପ୍ରଵଳ ବର୍ଷା ଯୋଗୁଁ ତିବ୍ର ବେଗରେ ପାହାଡିଆ ବର୍ଷା ପାଣି ମାଡି ଆସିଥିଲା। ତିନି ଜଣ କୂଳକୁ ଫେରି ନପାରି ଭାସି ଯିବା ଆଶଙ୍କାରେ ଚିତ୍କାର କରିଥିଲେ। ସେହି ସମୟରେ ଦେବ ଦୂତ ଭଳି ସେହି ରାସ୍ତାରେ ଟ୍ରାକ୍ଟର ନେଇ ଯାଉଥିବା ଡମୁ ମୁଦୁଲି ନାମକ ଟ୍ରାକ୍ଟର ଚାଳକ ଗାଁ ଲୋକଙ୍କ ସହଯୋଗରେ ଦୌଡ଼ି ସାହାରାରେ ପୋଲ ତଳକୁ ଯାଇ ୩ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପାଣି ସ୍ରୋତରେ ତିନି ଜଣ ଭାସି ଯିବା ପୂର୍ବରୁ ଡମୁ ମୁଦୁଲି ସେମାନଙ୍କ ପାଇଁ ଦେବଦୂତ ସାଜି ଜୀବନ ବଞ୍ଚାଇଥିଲେ ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories