ଭବାନୀପାଟଣା : କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣୀଙ୍କୁ ରାଜ୍ୟପାଳ ତଥା କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ଚକ୍ରପାଣୀ ବର୍ତ୍ତମାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କୁଳପତି ଅଛନ୍ତି ।ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ସହିତ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରକୁଳପତି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। କଳାହାଣ୍ଡି କୁଳପତି ଭାବେ ସେ ଏକ ବର୍ଷ କିମ୍ବା ନିୟମିତ କୁଳପତି ନିଯୁକ୍ତି ହେବାପର୍ୟ୍ୟନ୍ତ ଏହି ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି।
କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣୀ ନିଯୁକ୍ତ
Popular Categories



