www.samajalive.in
Sunday, December 7, 2025
13.1 C
Bhubaneswar

ସୁପ୍ରିମକୋର୍ଟରେ ରଥଯାତ୍ରା ଶୁଣାଣି ସୋମବାର , ଆଶା ଛାଡ଼ିନାହାନ୍ତି ସପକ୍ଷବାଦୀ

ନୂଆଦିଲ୍ଲୀ: ପୁରୀ ରଥଯାତ୍ରା ଆୟୋଜନ ସପକ୍ଷରେ ସୁପ୍ରିମକୋର୍ଟରେ ସମୁଦାୟ ୧୩ଟି ପୁନର୍ବିଚାର ଆବେଦନ ଦାଖଲ ହୋଇଛି। ଚଳିତବର୍ଷ ଓଡ଼ିଶାରେ ରଥଯାତ୍ରା ବନ୍ଦ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୂର୍ବ ନିର୍ଦେଶନାମାକୁ ସଂଶୋଧନ କରିବା ପାଇଁ ନୟାଗଡ଼ ଜିଲାର ବିଜନ ପାଇକରାୟ , କଟକ ନେତାଜୀ ନଗର ଅଞ୍ଚଳର ସଞ୍ଜୀବ କୁମାର ଚିନାରା, ପ୍ରତିହାରୀ ନିଯୋଗ ସେବାୟତ ରଘୁନାଥ ଗୋଛିକାର, ଅନ୍ତରାଷ୍ଟ୍ରିୟ ହିନ୍ଦୁ ମହାସଭା ଅଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ, ନୟାଗଡ଼ ଜିଲା ଇଟାମାଟି ଅଞ୍ଚଳର ଆଫତାବ ହେସେନ, ଜଗନ୍ନାଥ ସଂସ୍ଖୃତି ଜାଗରଣ ମଞ୍ଚ, ଦଇତାପତି ନିଯୋଗ ଓ ଛତିଶା ନିଯୋଗ ସମେତ ୧୩ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ତରଫରୁ ଆବେଦନ କରାଯାଇଛି। ପରମ୍ପରା ରକ୍ଷା ପାଇଁ ଭକ୍ତଙ୍କ ଅନୁପସ୍ଥିତିରେ ସେବାୟତଙ୍କ ଦ୍ୱାରା ରଥଯାତ୍ରା ରୀତି ସାମାପନ କରିବାକୁ ଏହି ମୋଡିଫିକେସନ ଅର୍ଡର ଆପ୍ଲିକେସନଗୁଡ଼ିକରେ ନିବେଦନ କରାଯାଇଛି।

ସୁପ୍ରିମକୋର୍ଟ ପରିସରରେ ଶନିବାର ଦିନତମାମ ରଥଯାତ୍ରା ତାତି ଦେଖିବାକୁ ମିଳିଥିଲା। ହାତରେ କମ୍‍ ସମୟ ଥିବାରୁ ରଥଯାତ୍ରା। ମୋଡିଫିକେସନ ଅର୍ଡର ଆପ୍ଲିକେସନଗୁଡ଼ିକର ଶୀଘ୍ର ଶୁଣାଣି ଲିଷ୍ଟିଂ ପାଇଁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଏବଂ ଦାୟିତ୍ୱରେ ରହିଥିବା ଅବକାଶକାଳୀନ ଅଧିକାରୀଙ୍କୁ ମାମଲା ସହ ଜଡ଼ିତ ଓକିଲ ଅନୁରୋଧ କରିଥିଲେ। ଜୁନ୍‌ରେ ୨୩ରେ ରଥଯାତ୍ରା ତିଥି ପୂର୍ବରୁ ରବିବାର ଅଥବା ସୋମବାର ଦିନ ସ୍ୱତନ୍ତ୍ର ଭାବେ ମାମଲାର ଶୁଣାଣି ପାଇଁ ଜୋର୍‌ ଦେଇଥିଲେ।

- Advertisement -

ଇତିମଧ୍ୟରେ ସୁପ୍ରିମକୋର୍ଟଙ୍କ ଗ୍ରୀଷ୍ମକାଳୀନ ଅବକାଶ ଦୁଇ ଜଣିଆ ଖଣ୍ଡପୀଠରେ ସୋମବାର ଶୁଣାଣି ପାଇଁ ପ୍ରକାଶିତ ମୂଳ ତାଲିକାରେ ରଥଯାତ୍ରା ମାମଲା ସ୍ଥାନ ପାଇନାହିଁ ନ ଥିବା ଜଣାପଡ଼ିଛି। ଯଦିଓ ସୁପ୍ରିମକେର୍ଟଙ୍କ ଗ୍ରୀଷ୍ମକାଳନୀ ଅବକାଶ ପୀଠରେ ଅନ୍ୟ ମାମଲାଗୁଡ଼ିକର ଶୁଣାଣି ପାଇଁ ଧାର୍ୟ୍ୟ ହୋଇଛି, ସମାନ ଖଣ୍ଡପୀଠରେ ରଥଯାତ୍ରା ମାମଲାର ଶୁଣାଣି ହୋଇନପାରେ ବୋଲି ବହୁ ଆଇନ ବିଶାରଦ ମତ ଦେଉଛନ୍ତି। ରଥଯାତ୍ରା ବନ୍ଦ ପାଇଁ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ନିର୍ଦେଶ ଜାରି କରିଥିଲା।

ଯଦି ରଥଯାତ୍ରା ସଂପର୍କିତ ମୋଡିଫିକେସନ ଅର୍ଡର ଆପ୍ଲିକେସନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନିଅନ୍ତି, ସେଭଳି ସ୍ଥିତିରେ ତିନି ଜଣିଆ ଖଣ୍ଡପୀଠ ଗଠନ କରିବାକୁ ପଡ଼ିବ। ନୂତନ ଖଣ୍ଡପୀଠରେ ପ୍ରଧାନ ବିଚାରପତି ବୋବଡେ ରହିପାରନ୍ତି ଅଥବା ତାଙ୍କ ଅନୁପସ୍ଥିତିରେ ସହମତି କ୍ରମେ ଅନ୍ୟ ତିନି ବିଚାରପତିଙ୍କ ଖଣ୍ଡପୀଠ ରଥଯାତ୍ରା ବିବାଦର ବିଚାର କରିପାରିବେ। ମାମଲାର ସମ୍ବେଦନଶୀଳତା ଏବଂ ଗୁରୁତ୍ୱ ଦୃଷ୍ଟିରୁ ସୋମବାର ଶୁଣାଣି ସମ୍ଭାବନା ରହିଛି ବୋଲି ରଥଯାତ୍ରା ସପକ୍ଷବାଦୀଙ୍କ ଓକିଲ ପ୍ରଣୟ କୁମାର ମହାପାତ୍ର ଓ ହର ପ୍ରସାଦ ସାହୁ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories