www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଚିଠା ପ୍ରସ୍ତାବ ପ୍ରତିବାଦରେ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ

କଟକ : ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ କିଛି ରାଜନୈତିକ ଦଳ ମହାଭିଯୋଗ ଆଣିବା ପାଇଁ ପ୍ରସ୍ତୁତ କରିଥିବା ଚିଠା ପ୍ରସ୍ତାବ ଉପରେ ଓଡିଶା ହାଇକୋର୍ଟ ଆଇନଜୀବୀମାନେ କ୍ଷୁବ୍ଧ ହୋଇଛନ୍ତି। ଏହି ଚିଠା ପ୍ରସ୍ତାବ ପ୍ରତିବାଦରେ ଗୁରୁବାର ମଧ୍ୟାହ୍ଣଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରି ଶୁକ୍ରବାର ଯାଏଁ କୋର୍ଟ କାର୍ଯ୍ୟରେ ଯୋଗ ଦେବେନାହିଁ ବୋଲି ଆଇନଜୀବୀମାନେ ନିଷ୍ପତ୍ତି ନେଇଛନ୍ତି। ତେବେ ଗୁରୁବାର ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଏକ ଜରୁରି ବୈଠକ ହେବା ପରେ ଏହି ଘଟଣାକୁ ଦୃଢ ଭାବେ ନିନ୍ଦା କରାଯାଇଥିଲା। ଏହାକୁ ପ୍ରତିବାଦ କରି ଆସନ୍ତାକାଲି ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା ବୋଲି ବାର ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ତେବେ ଆଜିର ବୈଠକରେ ପୂର୍ବତନ ସଭାପତି ଡକ୍ଟର ଅଶୋକ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମ ସଂପାଦକ ରଞ୍ଜନ କୁମାର ନାୟକ, ସହ ସଂପାଦକ ପ୍ରଦୀପ କୁମାର ମହାନ୍ତି, ସହ ସଂପାଦକ(ପାଠାଗାର) ସୁରେଶ କୁମାର ଜେନା, କାର୍ଯ୍ୟନିର୍ବାହୀ ସଦସ୍ୟ ଅଧିରାଜ ମହାନ୍ତି, ସରୋଜକାନ୍ତ ମଣ୍ଡଳ, ପୃଥିବୀ ରାଜ, ବୀଣାପାଣି ତ୍ରିପାଠୀ, ସୁମିତ ଶେଖର ପଟ୍ଟନାୟକ, ମଳୟ ରଞ୍ଜନ ବେହେରା, ଶିଶିର ଚନ୍ଦ୍ର ଦାଶ, ସତ୍ୟନାରାୟଣ ମିଶ୍ର, ସୁଲୋଚନା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ତେବେ ଏହି ପ୍ରତୀକ ଧର୍ମଘଟକୁ ସମର୍ଥନ କରି ରାଜ୍ୟର ସମସ୍ତ ନିମ୍ନ ଅଦାଲତ ବାର ଆସୋସିଏସନ ଦିନକ ପାଇଁ କାର୍ଯ୍ୟବନ୍ଦ ରଖିବା ପାଇଁ ବାର ପକ୍ଷରୁ ନିବେଦନ କରାଯାଇଛି। ସୂଚନାଯୋଗ୍ୟ, ପ୍ରଧାନ ବିଚାରପତିଙ୍କ ବିରେୂାଧରେ ମହାଅଭିଯୋଗ ଆଣିବା ପାଇଁ କଂଗ୍ରେସ ସମେତ ଅନ୍ୟ କିଛି ରାଜନୈତିକ ଦଳ ଏକତ୍ର ହୋଇ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଥିବା ସମ୍ପର୍କିତ ଏକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories