www.samajalive.in
Friday, December 5, 2025
20.1 C
Bhubaneswar

ପଶ୍ଚିମବଙ୍ଗ ଗଣଦୁଷ୍କର୍ମର ବିଚାର ବିଭାଗୀୟ ତଦନ୍ତ ଦାବି

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଦୃଢ଼ ନିନ୍ଦା କରିଛି ଭାରତ ଛାତ୍ର ମହାସଂଘ (ଏସଏଫଆଇ)ର ଓଡ଼ିଶା ରାଜ୍ୟ କମିଟି। ଏହି ଘଟଣା କେବଳ ନାରୀଙ୍କ ଉପର ନୁହେଁ, ସମଗ୍ର ଶିକ୍ଷା ପରିବେଶକୁ ଆଘାତ ଦେଇଛି ବୋଲି ମହସଂଘ କହିବା ସହିତ ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି।

ଏସଏଫଆଇ ଓଡ଼ିଶା କମିଟି ପକ୍ଷରୁ କୁହାଯାଇଛି ଯେ, ଏହି ନିର୍ଯାତନା ଘଟଣା ଆମ ସମାଜର ଗଭୀର ଲିଙ୍ଗଭିତ୍ତିକ ମନୋଭାବ ଓ ଶାସନ ବ୍ୟବସ୍ଥାର ଅସଫଳତାକୁ ପ୍ରକାଶ କରିଛି। ରାଜ୍ୟ ପ୍ରଶାସନ ଓ ପୁଲିସ ତନ୍ତ୍ରର ଅଲସ ଭୂମିକା ଏହି ଅପରାଧୀମାନଙ୍କୁ ଆଶ୍ରୟ ଦେଉଛି। କମିଟି  ତରଫରୁ ରାଜ୍ୟ ସଭାପତି ଚନ୍ଦନ  କମିଲା ରାଜ୍ୟ କୋଷାଧ୍ୟକ୍ଷ କମ୍ରେଡ୍ ରାକ୍ଷୀ ସ୍ୱାଇଁ, ରାଜ୍ୟ ଉପଦେଷ୍ଟା ପ୍ରଫେସର ସୁରେନ୍ଦ୍ର କୁମାର ଜେନା, ରାଜ୍ୟ ସମ୍ପାଦକ ଚନ୍ଦନ ସାହୁ, ରାଜ୍ୟ ଯୁଗ୍ମ  ସମ୍ପାଦକ ଲିପୁ ବଳିଆର ସିଂହ ପ୍ରମୁଖ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ସମସ୍ତ ଶିକ୍ଷାନୁଷ୍ଠାନରେ ସୁରକ୍ଷା ଓ ମର୍ଯ୍ୟାଦା ସୁନିଶ୍ଚିତ କରାଯାଉ। ଏ ଦିଗରେ ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଏସ୍ଏଫ୍ଆଇ ବଡ ଧରଣର ବିକ୍ଷୋଭ କରିବ ବୋଲି ଚେତାବନୀ ଦିଆଯାଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories