www.samajalive.in
Friday, December 12, 2025
19.1 C
Bhubaneswar

କୋଟ, ଗାଉନ ପିନ୍ଧିବେନି ବିଚାରପତି, ଓକିଲ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ବିଚାରପତି ଓ ଆଇନଜୀବୀଙ୍କ ପାଇଁ ନୂଆ ପରିଧାନ ନିୟମ ପ୍ରସ୍ତୁତ ହୋଇଛି। ସେମାନେ ପିନ୍ଧୁଥିବା ପାରମ୍ପରିକ କଳା କୋଟ୍‌ ଓ ଗାଉନ୍‌ କରୋନା ସଂକ୍ରମଣକୁ ସହଜ କରୁଥିବାରୁ ବର୍ତ୍ତମାନ ପାଇଁ ଏହାକୁ ଦୂରେଇ ରଖାଯିବା ଉଚିତ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌.ଏ ବୋବଡେ। ଏହା ବଦଳରେ ଶୀଘ୍ର ନୂଆ ପରିଧାନ ଘୋଷଣା କରାଯିବ ବୋଲି ଜଷ୍ଟିସ ବୋବଡେ କହିଛନ୍ତି। ଏଥିସହିତ ବୁଧବାର ଜଷ୍ଟିସ ବୋବଡେଙ୍କ ସହିତ ଅନ୍ୟ ବିଚାରପତିମାନେ ଗାଉନ୍‌ ଓ କୋଟ୍‌ ପରିତ୍ୟାଗ ସହ କେବଳ ଧଳା ସାର୍ଟ ଓ ନେକ୍ ଟାଇ ପିନ୍ଧି ଅଦାଲତ କାର୍ଯ୍ୟ କରିଥିବା ଲକ୍ଷ୍ୟ କରାଯାଇଛି। ସମ୍ପ୍ରତି ବିଚାରପତିମାନେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମାମଲାର ଶୁଣାଣି କରୁଥିବାବେଳେ ଜଷ୍ଟିସ ବୋବଡେ ସମସ୍ତ ବିଚାରପତି ଓ ଆଇନଜୀବୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଚାର ବିଭାଗରୁ କଳା କୋଟ୍‌ କଳା ଗାଉନ୍‌ ହଟିବା ନିଶ୍ଚିତ ହୋଇଛି। ଏତଦ୍‌ବ୍ୟତୀତ ବିଚାରପତିମାନେ ଆସନ୍ତା ସପ୍ତାହରୁ ଆଇନଜୀବୀମାନଙ୍କୁ ସେମାନଙ୍କ ଚାମ୍ବରରୁ ମାମଲା ପରିଚାଳନା ସୁଯୋଗ ଦିଆଯିବ ବୋଲି କହିଛନ୍ତି ବିଚାରପତି ନାଗେଶ୍ବର ରାଓ। ଏଥିପାଇଁ ଏକ ପାଇଲଟ ପ୍ରକଳ୍ପ ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୮ରୁ ଜୁଲାଇ ୬ ପର୍ଯ୍ୟନ୍ତ ପାଳନ ହେବାକୁଥିବା ସୁପ୍ରିମକୋର୍ଟର ଗ୍ରୀଷ୍ମାବକାଶ ବାତିଲ ହେବାର ସମ୍ଭାବନା ରହିଛି। ଏଥିନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲେ ମଧ୍ୟ ଏହି ସମୟରେ ଆଇନଜୀବୀମାନେ ଚାମ୍ବରରୁ ମାମଲା ପରିଚାଳନା ଜାରି ରଖିବାର ଯୋଜନା ଥିବାରୁ ଆପାତତଃ ଛୁଟି ବାତିଲ ହେବାର ସୂଚନା ମିଳିଛି। ପୁନଶ୍ଚ ଅଦାଲତ ଗୃହରେ ଆଇନଜୀବୀ ଓ ଅନ୍ୟମାନଙ୍କର ଯଥାସମ୍ଭବ କମ୍‌ ଉପସ୍ଥାନ ପାଇଁ ଏହି ପାଇଲଟ ପ୍ରକଳ୍ପରେ ବ୍ୟବସ୍ଥା ହୋଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories