www.samajalive.in
Friday, December 12, 2025
19.1 C
Bhubaneswar

ଲକଡାଉନ ପ୍ରଭାବ : ଚାକିରି ହରାଇଛନ୍ତି ୬୭% ଅନଗ୍ରସର

ନୂଆଦିଲ୍ଲୀ : ବିଶ୍ବ ମହାମାରୀର ମୁକାବିଲା ନିମନ୍ତେ ଦେଶରେ ଘୋଷିତ ୫୦ ଦିନର ଲକଡାଉନ ଦେଶବାସୀଙ୍କ ଜନଜୀବନକୁ ଖୁବ ପ୍ରଭାବିତ କରିଛି। ଏହି ସମୟ ମଧ୍ୟରେ ଦେଶର ୬୭% ଅନଗ୍ରସର ଲୋକ ନିଜର ଚାକିରି ହରାଇଛନ୍ତି। ଲୋକଙ୍କ ଆୟରେ ୬୩% ହ୍ରାସ ଘଟିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଲକ୍‌ଡାଉନ ବେଳେ ପାଖାପାଖି ୭୪% ଲୋକଙ୍କ ଖାଇବା କମିଛି। ସ୍ବାସ୍ଥ୍ୟ ସୁବିଧାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଅନଗ୍ରସର ଥିବା ଲୋକଙ୍କୁ ନେଇ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡିଛି। ଆଜିମ ପ୍ରେମଜୀ ବିଶ୍ବବିଦ୍ୟାଳୟର ସେଣ୍ଟର ଫର ସଷ୍ଟେନେବଲ ଏମ୍ପ୍ଲୟମେଣ୍ଟ (ସିଏସଇ) ଦ୍ବାରା ଏପ୍ରିଲ ୧୩ରୁ ମେ ୯ ମଧ୍ୟରେ କରାଯାଇଥିବା ଏହି ସର୍ଭେ ରିପୋର୍ଟ ମଙ୍ଗଳବାର ପ୍ରକାଶ ପାଇଛି। ସର୍ଭେ ରିପୋର୍ଟ ଅନୁସାରେ ଏକ ସପ୍ତାହର ରେସନ କ୍ରୟ କରିବା ଲାଗି ୬୧% ପରିବାର ନିକଟରେ ଅର୍ଥସମ୍ବଳ ନାହିଁ। ସହରାଞ୍ଚଳରେ ସର୍ବାଧିକ ୮୦% ଏବଂ ଗ୍ରାମାଞ୍ଚଳରେ ୫୮% ଲୋକ ଚାକିରି ହରାଇଛନ୍ତି। ୪୩ରୁ୫୭% ଶ୍ରମିକ ଆଦୌ ମଜୁରି ପାଇ ନାହାନ୍ତି ଅଥବା କମ ମଜୁରି ପାଇଛନ୍ତି। ୯୦% କୃଷକ ସେମାନଙ୍କ ଫସଲ ବିକ୍ରି କରିପାରି ନାହାନ୍ତି। ସହରାଞ୍ଚଳର ୪୩% ଏବଂ ଗ୍ରାମାଞ୍ଚଳର ୩୪% ଲୋକଙ୍କୁ ଘର ଚଳାଇବା ପାଇଁ କରଜ କରିବାକୁ ପଡିଛି। ସହରାଞ୍ଚଳରେ ୮୬% ଲୋକ ଏବଂ ଗ୍ରାମାଞ୍ଚଳରେ ୫୪% ଲୋକ ଆଗାମୀ ମାସରେ ଘରଭଡା ଦେବା ସ୍ଥିତିରେ ନ ଥିବା ଜଣାପଡିଛି। ସର୍ଭେ ବେଳେ କେତେକ ସ୍ବେଚ୍ଛାସେବୀ ସଂସ୍ଥା ଦ୍ବାରା ୧୨ଟି ରାଜ୍ୟର ସହର ତଥା ଗ୍ରାମାଞ୍ଚଳର ମୋଟ ୩୯୭୦ ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା। ସର୍ଭେରେ ସାମିଲ ଲୋକଙ୍କ ଆୟ ମାସିକ ୧୦,୦୦୦ରୁ କମ୍‌ ଥିବା ବେଳେ ଏମାନେ ଲକଡାଉନ ବେଳେ ମାସିକ ୨,୦୦୦ରୁ ୩,୦୦୦ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି।
ସାଧାରଣ ଶ୍ରମିକ, ନିୟମିତ ଦରମାଭୋଗୀ ଏବଂ ଆତ୍ମନିଯୁକ୍ତଙ୍କ ମଧ୍ୟରେ ଚାକିରି ହରାଇଥିବା ଲୋକଙ୍କ ସଂଖ୍ୟା ଅତି ସାଧାରଣ। ସର୍ଭେ ବେଳେ କେବଳ ଏହି ଲୋକଙ୍କ ଶ୍ରମ ବା ନିଯୁକ୍ତି, ସେମାନଙ୍କ ପରିବାର ଉପରେ ଲକଡାଉନର ପ୍ରଭାବ ଏବଂ ସରକାରୀ ସହାୟତା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ସିଏସଇର ଗବେଷକ ଡାକ୍ତର ରୋସ ଆବ୍ରାହମ କହିଛନ୍ତି ଯେ ଅଧିକାଂଶ ଲୋକଙ୍କ ନିକଟରେ ଏକ ସପ୍ତାହ ପାଇଁ ଖାଦ୍ୟ କିଣିବାର କ୍ଷମତା ନ ଥିବା ବେଳେ ବହୁ ଲୋକ ଖାଇବ କମ୍‌ କରିଛନ୍ତି; ଯାହାକି ଭବିଷ୍ୟତରେ ପୁଷ୍ଟି ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ସର୍ଭେ ଅନୁସାରେ ୮୬% ଲୋକ ସରକାରୀ ସହାୟତା ଲାଭ କରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧାରୁ କମ୍‌ ଲୋକ ସିଧାସଳଖ ଟଙ୍କା ପାଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବହୁ ଲୋକଙ୍କ ଜନଧନ ଆକାଉଣ୍ଟ ନ ଥିବାରୁ ସେମାନେ ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories