www.samajalive.in
Sunday, December 14, 2025
26.1 C
Bhubaneswar

ଶପଥ ନେଲେ ନବ ନିଯୁକ୍ତ ୧୧୦ ସିଭିଲ ଜଜ୍‍

କଟକ : ନବ ନିଯୁକ୍ତ ସିଭିଲ ଜଜ୍‍ମାନଙ୍କର ଶପଥ ଗ୍ରହଣ ଉତ୍ସବ ଶୁକ୍ରବାର ଓଡ଼ିଶା ନ୍ୟାୟିକ ଏକାଡ଼େମୀ ପରିସରରେ ଥିବା ମୁଖ୍ୟ ବିଚାରପତି ଗତିକୃଷ୍ଣ ମିଶ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ତଥା ଓଡ଼ିଶା ନ୍ୟାୟିକ ଏକାଡ଼େମୀର ମୁଖ୍ୟ ପୃଷ୍ଠପୋଷକ ଜଷ୍ଟିସ ବିନୀତ୍‍ ଶରଣ ଯୋଗଦେଇ ୧୧୦ଜଣ ନବ ନିଯୁକ୍ତ ଶିକ୍ଷାନବୀଶ ସିଭିଲ୍‍ ଜଜ୍‍ମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ଭବ୍ୟ ଉତ୍ସବରେ ଓଡ଼ିଶା ନ୍ୟାୟିକ ଏକାଡ଼େମୀର ଅଧ୍ୟକ୍ଷ ତଥା ଓଡ଼ିଶା ହାଇକୋର୍ଟ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଓ ନ୍ୟାୟିକ ଏକାଡ଼େମୀ ତଥା ପ୍ରଶିକ୍ଷଣ କମିଟିର ସମ୍ମାନାସ୍ପଦ ସଦସ୍ୟବୃନ୍ଦ ଯୋଗଦାନ କରିଥିଲେ। ଏହି ଅବସରରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ଓ ସେମାନଙ୍କର ସହଧର୍ମିଣୀଗଣ ତଥା ମୁଖ୍ୟ ବିଚାରପତିଙ୍କ ସହଧର୍ମିଣୀ ଉମା ଶରଣ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ବୀନିତ ଶରଣ ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଏହି ସଭାକୁ ସମ୍ବୋଧିତ କରିବା ସହିତ ସମାଜରେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବିଚାରପତିମାନଙ୍କର ବିଶେଷ ଭୂମିକା ଓ ଏହି ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଓଡ଼ିଶା ନ୍ୟାୟିକ ଏକାଡ଼େମୀ ଦ୍ୱାରା ସଦ୍ୟ ପ୍ରକାଶିତ ପ୍ରଶିକ୍ଷଣ ପୁସ୍ତିକା-ପ୍ରରୂପ ଉନ୍ମୋଚିତ ହୋଇଥିଲା। ଓଡ଼ିଶା ନ୍ୟାୟିକ ଏକାଡ଼େମୀର ନିର୍ଦ୍ଦେଶକ ଗୌରୀଶଙ୍କର ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ମହା- ନିବନ୍ଧକ ଓ ନିବନ୍ଧକ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ। ପରିଶେଷରେ ଓଡ଼ିଶା ନ୍ୟାୟିକ ଏକାଡ଼େମୀର ଉପ-ନିର୍ଦ୍ଦେଶକ ବଦ୍ରି ନାରାୟଣ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories