www.samajalive.in
Thursday, December 11, 2025
16.1 C
Bhubaneswar

ଜଣେ ଆକ୍ରାନ୍ତ ଚିହ୍ନଟ ପରେ ଯୋରନ୍ଦା ୭୬ଘଣ୍ଟା ପାଇଁ ସଟ୍‍ଡାଉନ

ଆଠଗଡ : ଆଠଗଡ ବ୍ଲକର ଯୋରନ୍ଦା ପଞ୍ଚାୟତରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ପଞ୍ଚାୟତକୁ ଜିଲ୍ଲାପାଳ କ୍ଷମତାଧାରୀ ସରପଞ୍ଚ ୭୬ଘଣ୍ଟା ପାଇଁ ସଟ୍‍ଡାଉନ ଘୋଷଣା କରିଥିବା ଜଣାପଡିଛି। ଆଠଗଡ ଦୁର୍ଗାବଜାର ଏକ ଲୁଗା ଦୋକାନରେ ସେଲ୍‌ସମ୍ୟାନ ଭାବେ କାର୍ଯ୍ୟ କରୁଥିବା ଯୋରନ୍ଦା ମଙ୍ଗଳା ସାହିର ୨୧ବର୍ଷ ବୟସ୍କ ଜଣେ ଯୁବକଙ୍କର ବିଭିନ୍ନ ଲକ୍ଷଣ ଦେଖାଯିବାରୁ ଜଣେ ସାଙ୍ଗ ସହିତ ସେ ଭୁବନେଶ୍ୱର କ୍ୟାପିଟାଲ ହାସପାତାଳକୁ ସ୍ୱାବ ପରୀକ୍ଷା ପାଇଁ ଯାଇଥିଲେ। ସେଠାରେ ତାଙ୍କର କରୋନା ପଜିଟିଭ ବାହାରିବା ପରେ ତାଙ୍କୁ କୋଭିଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା। ତେବେ ତାଙ୍କୁ ନେଇଯାଇଥିବା ସାଙ୍ଗ ଜଣକ ଗ୍ରାମକୁ ଫେରିବା ପରେ ତାଙ୍କୁ ଯୋରନ୍ଦା ସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ଆଠଗଡ ବ୍ଲକ କୋଭିଡ ନୋଡାଲ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀଙ୍କ ସୁତ୍ରରୁ ପ୍ରକାଶ। ସଂପୃକ୍ତ ଆକ୍ରାନ୍ତ ଯୁବକ ଓ ପରିବାରର ଅନ୍ୟ ସଦସ୍ୟ ଯୋରନ୍ଦା ଅଞ୍ଚଳରେ ବୁଲାବୁଲି କରିବା ସହ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ସରପଞ୍ଚ ସୂର୍ଯ୍ୟକାନ୍ତ ସ୍ୱାଇଁ ୪ତାରିଖ ଦିନ ୨ଟାରୁ ୭ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୭୬ଘଣ୍ଟା ପାଇଁ ସଟ୍‍ଡାଉନ ଘୋଷଣା କରିବା ସଙ୍ଗେ ସଙ୍ଗେ ପଞ୍ଚାୟତର ସମସ୍ତ ଗ୍ରାମରେ ଏହାକୁ ଲାଗୁ କରିଛନ୍ତି। ଯୋରନ୍ଦା ପଞ୍ଚାୟତକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବ୍ୟାରିକେଟ ଦ୍ୱାରା ସିଲ କରାଯାଇଛି। ଏହି ସମୟ ମଧ୍ୟରେ ପଞ୍ଚାୟତ ଅଞ୍ଚଳରେ ବିଶୋଧନ କରାଯିବା ସହ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରି ନିଜ ଘରେ ପୃଥକ ବାସରେ ରହିବା ପାଇଁ କୁହାଯିବ ବୋଲି ସରପଞ୍ଚ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories