ମୁମ୍ବଇ : ମହାରାଷ୍ଟ୍ର ସଚିବାଳୟର କ୍ୟାଣ୍ଟିନରେ ୧୩ଟି ୱେଟର ପଦ ପାଇଁ ୭୦୦୦ ପ୍ରାର୍ଥୀ ଆବେଦନ କରିଛନ୍ତି। ଆବେଦନ କରିଥିବା ଅଧିକାଂଶ ପ୍ରାର୍ଥୀଙ୍କ ମଧ୍ୟରୁ ସ୍ନାତକ ଡିଗ୍ରୀଧାରୀ ଥିବା ଜଣାପଡିଛି। ସଚିବାଳୟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ପିଅନ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଚତୁର୍ଥ ଶ୍ରେଣୀ ଧାର୍ଯ୍ୟ ହୋଇଥିବାବେଳେ ବହୁ ସଂଖ୍ୟାରେ ସ୍ନାତକ ଡିଗ୍ରୀଧାରୀ ଆବେଦନ କରିଛନ୍ତି। ଏହି ପଦ ପାଇଁ ୧୦୦ ନମ୍ବରର ଲିଖିତ ପରୀକ୍ଷା ଡିସେମ୍ବର ୩୧ରେ ଅନୁଷ୍ଠିତ ହୋଇଥିଲା। ଲିଖିତ ପରୀକ୍ଷା ଆଧାରରେ ପ୍ରାର୍ଥୀ ମନୋନୟନ କରାଯାଇଛି।
ମନୋନୀତ ୧୩ ପ୍ରାର୍ଥୀଙ୍କ ମଧ୍ୟରୁ ୫ଜଣ ମହିଳା ହୋଇଥିବାବେଳେ ୧୨ଜଣ ସ୍ନାତକ ଡିଗ୍ରୀଧାରୀ। ମନୋନୀତ ପ୍ରାର୍ଥୀଙ୍କ ବୟସ ୨୫ରୁ ୨୭ବର୍ଷ। ସ୍ନାତକ ଡିଗ୍ରୀଧାରୀଙ୍କୁ ପିଅନ ପଦ ଲାଗି ମନୋନୟନ କରାଯିବାକୁ ବିରୋଧୀ ଦଳ ନେତା ଧନଞ୍ଜୟ ମୁଣ୍ଡେ ସମାଲୋଚନା କରିଛନ୍ତି। ମୁଣ୍ଡେ କହିଛନ୍ତି ଯେ ମନ୍ତ୍ରୀ ଓ ସଚିବମାନେ ଶିକ୍ଷତ ବ୍ୟକ୍ତିଙ୍କ ଠାରୁ ସେବା ନେବାକୁ ଲଜ୍ଜା ବୋଧ କରିବେ। ସେ କହିଛନ୍ତି ଯେ ୧୩ ପିଅନ ପଦ ପାଇଁ ୭୦୦୦ ପ୍ରାର୍ଥୀ ଆବେଦନ କରିବା ରାଜ୍ୟର ବେକାରି ସମସ୍ୟାକୁ ପ୍ରତିପାଦିତ କରୁଛି। ସରକାର ଏଥିପାଇଁ ଲଜ୍ଜିତ ହେବା ପରିବର୍ତ୍ତେ ରାଜ୍ୟର ବିକାଶ ହୋଇଥିବା କହୁଛନ୍ତି।
୧୩ଟି ୱେଟର ପଦ ପାଇଁ ୭୦୦୦ ଆବେଦନକାରୀ, ଅଧିକାଂଶ ସ୍ନାତକ
Popular Categories



