ରୋଜଗାରର ପନ୍ଥା: ମାସକୁ ୫୦ ହଜାର ଟଙ୍କା

0

ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ରୋଜଗାର ପନ୍ଥା ଖୋଜି ବାହାର କରିବା ଏକ କଷ୍ଟସାଧ୍ୟ ବ୍ୟପାର । ଆଜି ଆମେ ଆପଣଙ୍କୁ ଏପରି ଚାକିରୀ କ୍ଷେତ୍ର ବିଷୟରେ ଜଣାଇବୁ, ଯାହା ଦ୍ବାରା ମାଟ୍ରିକ୍ ପାସ୍ କରିନଥିଲେ ମଧ୍ୟ ଭଲ ରୋଜଗାର କରିପାରିବେ । ଡେଲିଭରି ବୟ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ ।

ଆଜିକାଲି ପ୍ରାୟ ସମସ୍ତେ  ଅନଲାଇନ୍ ସପିଂକୁ ଗୁରୁତ୍ବ ଦେଉଛନ୍ତି । ଏହା ଦ୍ବାରା ଆଗାମୀ ଦିନରେ ଏହି କ୍ଷେତ୍ରରେ ଅଧିକ ରୋଜଗାରର ସମ୍ଭାବନା ରହିଛି । ଯଦି ଆପଣ ସ୍ମାର୍ଟ ଏବଂ ବୁଲିବାର ଇଚ୍ଛା ରଖନ୍ତି ତେବେ ଏହି ପେସା ଆପଣଙ୍କ ପାଇଁ ଏକଦମ୍ ଠିକ୍‌। ଏବେ ବିଭିନ୍ନ କମ୍ପାନୀ ପକ୍ଷରୁ ସ୍ମାର୍ଟ ବୟକୁ ନିଯୁକ୍ତି ଦିଆଯାଉଛି ।

କିପରି ମିଳିବ ଚାକିରୀ

ସବୁ କମ୍ପାନୀରେ ନିଜ ନିଜର ୱେବ୍‌ସାଇଟ୍ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ଏହି ୱେବ୍ସାଇଟରେ ଲଗ୍ଇନ୍ କରି ଆବେଦନ କରିପାରିବେ । ଏହାଛଡ଼ା ଆପଣ ସିଧାସଳଖ କମ୍ପାନୀରେ ଯାଇ ସାକ୍ଷାତକାର ଦେଇପାରିବେ ।

ଦରମା

ଦିନକୁ ୯ରୁ ୧୧ ଘଣ୍ଟା ପରିଶ୍ରମ କରି ମାସକୁ ଆପଣ ୫୦ରୁ ୬୦ ହଜାର ଟଙ୍କା ରୋଜଗାର କରିପାରିବେ ।

prayash

ଡେଲିଭରି ବୟର କାମ

କମ୍ପାନୀକୁ ଦିଆଯାଉଥିବା ଅର୍ଡରକୁ ଗ୍ରାହକଙ୍କ ଠିକଣା ସ୍ଥାନରେ ପହଞ୍ଚାଇବା ହେଉଛି ଡେଲିଭରି ବୟର କାମ । ମାତ୍ର ୧୦ରୁ ୧୫ କିମି ମଧ୍ୟରେ ଡେଲିଭରି କରିବାକୁ ପଡିଥାଏ । ଗୋଟିଏ ଦିନରେ ଅତି କମ୍ ରେ ୫୦ରୁ ୧୦୦ଟି ପ୍ୟାକେଜ ଡେଲିଭରି କରିବାକୁ ପଡିଥାଏ ।

ଏହି କ୍ଷେତ୍ରରେ କରି ପାରିବେ ଅବେଦନ

ଏଥିରେ ଫୁଡ୍ ଡେଲିଭରିକୁ ଆପଣ ବାଛି ପାରିବେ । ଅନ୍ତର୍ଜାତୀୟ କମ୍ପାନୀ ଯେପରି ଏମସି ଡୋନଲ, କେଏଫସି, ଡୋମିନୋଜ ଭଳି ସଂସ୍ଥା ଅନଲାଇନ୍ ଗ୍ରାହକଙ୍କ ଚାହିଦା ପୁରା କରିବା ପାଇଁ ଡେଲିଭରି ବୟଙ୍କୁ ନିଯୁକ୍ତ କରିଥାନ୍ତି । ଏହା ସହ ଇ-କମର୍ସ କମ୍ପାନୀ ଆମାଜନ, ଫ୍ଲିପକାର୍ଟ, ସ୍ନାପଡିଲ ଆଦି କମ୍ପାନୀ ଗୁଡିକ ପାଇଁ ଡେଲିଭରି ବୟ ଭୂମିକା ଗୁରୁତ୍ବପୂର୍ଣ୍ଣ ।

ଯୋଗ୍ୟତା

ଏହି କ୍ଷେତ୍ରରେ ଚାକିରୀ ପାଇଁ କୌଣସି ଡିଗ୍ରୀ ବା ସାର୍ଟିଫିକେଟର ଆବଶ୍ୟକତା ନଥାଏ ।
ଉତ୍ତମ ବ୍ୟକ୍ତିତ୍ବ ସହ କମ୍ପ୍ୟୁଟରର ସାଧାରଣ ଜ୍ଞାନ ରହିଥିବା ଆବଶ୍ୟକ ।
ଯଦି ଆପଣଙ୍କର ଯୋଗାଯୋଗ ଦକ୍ଷତା ଉତ୍ତମ ତେବେ ଆପଣ ସହଜରେ ଏହି ଚାକିରୀ ହାସଲ କରିପାରିବେ ।
କିଛି କମ୍ପାନୀ ଏଭଳି ଲୋକଙ୍କୁ ନିଯୁକ୍ତି ଦିଅନ୍ତି, ଯାହା ପାଖରେ ନିଜର ଗାଡି ରହିଥାଏ ।
ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଡେଲିଭରି ବୟକୁ ଲୋକେସନ ବିଷୟରେ ଜଣାଥିବା ଆବଶ୍ୟକ ।
ଯଦି ଆପଣଙ୍କର ଇଂରାଜୀ ଭାଷାରେ ଦକ୍ଷତା ରହିଛି ତେବେ ଏହି  ଆପଣଙ୍କୁ ସଫଳତା ଖୁବ୍‌ଶୀଘ୍ର ମିଳିପାରିବ।

 

kalyan agarbati
Leave A Reply