www.samajalive.in
Sunday, December 14, 2025
26.1 C
Bhubaneswar

ଲାଞ୍ଜିଗଡ଼ରେ ଖୁବଶୀଘ୍ର ଖୋଲିବ ଜେଏମଏଫସି କୋର୍ଟ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଲାଞ୍ଜିଗଡ଼ରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ଜେଏମଏଫସି କୋର୍ଟ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ସୋମବାର ଜିଲା ଓ ସେସନ୍ସ ବିଚାରପତି ଅନୁପରଞ୍ଜନ ପଟ୍ଟନାୟକ, ମୁଖ୍ୟ ନ୍ୟାୟିକ ବିଚାରପତି ରାଜୀବ ଲୋଚନ ସାହୁ, ସିଭିଲ କୋର୍ଟ ରେଜିଷ୍ଟ୍ରାର ଚରଣଜିତ ଓରାମ ଲାଞ୍ଜିଗଡ଼ ଗସ୍ତ କରିବା ସହ ଅସ୍ଥାୟୀ କୋର୍ଟ ଭାବେ ପରିବର୍ତ୍ତିତ କମ୍ୟୁନିଟି ହଲ ପରିଦର୍ଶନ କରି ବ୍ଲକ ଓ ପଂଚାୟତ କର୍ତ୍ତୃପକ୍ଷଙ୍କ ସମେତ ଜେଏମଏଫସି କ୍ରିୟାନୁଷ୍ଠାନ କମିଟି, ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ନାଗରିକଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ନୂତନ ଭାବେ କୋର୍ଟ ନିର୍ମାଣ ହେବାକୁଥିବା ସ୍ଥାନ ପରିଦର୍ଶନ ପରେ ଲାଞ୍ଜିଗଡ଼ସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂଦେଓ, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ବ୍ଲକ ପ୍ରଶାସନ ତରଫରୁ କନିଷ୍ଠ ଯନ୍ତ୍ରୀ ସ୍ମୀତାରାଣୀ ବିଶ୍ୱାଳ, ବରିଷ୍ଠ ଆଇନଜୀବୀ ରଘୁନାଥ ମହାଖୁଡ଼, ଅନନ୍ତ ମହାଖୁଡ଼, ସ୍ଥାନୀୟ ବୁଦ୍ଧିଜୀବୀ ହିମାଦ୍ରୀ ପେସନିଆ, ଶ୍ରୀମୁଖ ଅଗସ୍ତି, ଗଙ୍ଗାଧର ମହାଖୁଡ଼, ଲାଞ୍ଜିଗଡ଼ ନିର୍ବାହୀ ଅଧିକାରୀ ଭୀଷ୍ମ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories