www.samajalive.in
Wednesday, December 10, 2025
18.1 C
Bhubaneswar

ଜିଓ ୱାର୍ଲ୍ଡ ସେଣ୍ଟରଠାରେ ଧିରୁଭାଇ ଅମ୍ବାନୀ ସ୍କୋୟାର୍‍ ନୀତା ଅମ୍ବାନୀଙ୍କ ଦ୍ୱାରା ଉନ୍ମୋଚିତ

ମୁମ୍ବଇ: ନୀତା ଏବଂ ମୁକେଶ ଅମ୍ବାନୀ , ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ମୁମ୍ବଇ ସହରର ୨୦ ବାସିନ୍ଦା ତଥା ପରିଭ୍ରମଣକାରୀଙ୍କ ପାଇଁ ମୁମ୍ବଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ଧିରୁଭାଇ ଅମ୍ବାନୀ ଇଣ୍ଟନ୍ୟାସନାଲ୍‍ ସ୍କୁଲ ସମ୍ମୁଖସ୍ଥିତ ଏକ ନୂତନ  ‘ଧିରୁଭାଇ ଅମ୍ବାନୀ ଛକକୁ  ଉନ୍ମୋଚନ କରିଛନ୍ତି ।

ଧିରୁଭାଇ ଅମ୍ବାନୀ ଛକ ବିଶ୍ୱସ୍ତରୀୟ ବହୁମୁଖି-ବ୍ୟାବହାରିକ ସୁବିଧା ଥିବା ଜିଓ ୱାର୍ଲ୍ଡ ସେଣ୍ଟରର ଅଂଶବିଶେଷ। ଭାରତରେ ସର୍ବବୃହତ ଏବଂ ବିଶ୍ୱସ୍ତରୀୟ ସମ୍ମେଳନ ସୁବିଧା ତଥା ସେବା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡ୍‍ ଏବଂ ଏମ୍‍ଏମ୍‍ଆର୍‍ଡିଏ (ମୁମ୍ବଇ ମେଟ୍ରୋପଲିଟାନ୍‍ କ୍ଷେତ୍ର ଉନ୍ନୟନ ପ୍ରାଧିକରଣ)ର ମିଳିତ ଲକ୍ଷ୍ୟର ନିଦର୍ଶନ।

- Advertisement -

‘ଧିରୁଭାଇ ଅମ୍ବାନୀ ଛକ ଏବଂ ଜିଓ ୱାର୍ଲ୍ଡ ସେଣ୍ଟର ଭାରତର ଜଣେ ମହାନ ସୁପୁତ୍ରଙ୍କ ମହତ ଲକ୍ଷ୍ୟ ପୂରଣ କରୁଛି, ଯିଏ ବିଶ୍ୱାସ କରୁଥିଲେ ଯେ ରାଷ୍ଟ୍ର-ନିର୍ମାଣର ପ୍ରତିଟି କ୍ଷେତ୍ରରେ ବିଶ୍ୱସ୍ତରୀୟ ଉତ୍କର୍ଷ ହାସଲ ପାଇଁ ଭାରତର କ୍ଷମତା ରହିଛି ବୋଲି ଏହାକୁ ଉତ୍ସର୍ଗ କରିବା ଅବସରରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ କହିଛନ୍ତି ।

ଶିଶୁମାନେ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ସ୍ରଷ୍ଟା-ଏହି ବିଶ୍ୱାସରେ ଅନୁପ୍ରାଣୀତ ହୋଇ ସେ ଧିରୁଭାଇ ଅମ୍ବାନୀ ଛକରେ ଚିତ୍ତାକର୍ଷକ ମ୍ୟୁଜିକାଲ୍‍ ଫାଉଣ୍ଡେସନ ଶୋ’ ଉପଭୋଗ କରିବାକୁ ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ପରିଚାଳିତ ବିଭିନ୍ନ ଏନ୍‍ଜିଓରୁ ପ୍ରାୟ ୨୦୦୦ ଅବହେଳିତ ପିଲାଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରିଥିଲେ।

ପିଲାମାନଙ୍କ ପାଇଁ ମ୍ୟୁଜିକାଲ୍‍ ଫାଉଣ୍ଟେନ୍‍ କାର୍ଯ୍ୟକ୍ରମରେ ଝରଣା (ୱାଟର୍‍ ଫାଉଣ୍ଟେନ)ର ମନଲୋଭା ଗତିର ତାଳେ ତାଳେ ଦୁଇଟି ଲୋକପ୍ରିୟ ଦେଶାତ୍ମବୋଧକ ଗୀତ ‘ବନ୍ଦେ ମାତରମ୍‍’ ଓ ‘ଜୟ ହୋ’ର ଝଲକ  ରହିଛି .

ନୀତା ଅମ୍ବାନୀ ଓ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ସହିତ ଶ୍ଳୋକା ମେହେଟ୍ଟାଙ୍କ ବିବାହ ଉତ୍ସବ ଥିବାରୁ ଏହି ଉତ୍ସବ ଅବସରରେ ସପ୍ତାହ ବ୍ୟାପୀ ଅନ୍ନ ସେବା (ଖାଦ୍ୟ ବଣ୍ଟନ) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଜିଓ ଗାର୍ଡ଼େନ୍‍ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶ୍ଳୋକାଙ୍କ ମାତାପିତା ମୋନା ଏବଂ ରସେଲ୍‍ ମେହେଟ୍ଟାଙ୍କ ସହ ଅମ୍ବାନୀ ପରିବାର ପ୍ରାୟ ୨୦୦୦ ପିଲାଙ୍କୁ ପସନ୍ଦର ଖାଦ୍ୟ ରାତ୍ରଭୋଜନରେ ପରଷିଛନ୍ତି। ଏହି ପିଲାମାନେ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ‘ସମସ୍ତଙ୍କ ପାଇଁ ଶିକ୍ଷା’, ‘ସମସ୍ତଙ୍କ ପାଇଁ କ୍ରୀଡ଼ା’, ‘ପ୍ରୋଜେକ୍ଟ ଦୃଷ୍ଟି’ ଆଦି ବିବିଧ ସାମାଜିକ ବିକାଶ କାର୍ଯ୍ୟକ୍ରମର ଲାଭାର୍ଥୀ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories