www.samajalive.in
Wednesday, December 10, 2025
26.1 C
Bhubaneswar

ମଇ ମାସରେ ଓଡ଼ିଶାରେ ଜିଓର ସର୍ବାଧିକ ୧.୪୭ ଲକ୍ଷ ଗ୍ରାହକ ଯୋଗ

ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୧ ମଇ ମାସରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବାବେଳେ ତାହାର ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ସେହି ସମୟରେ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି।

ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ୨୦୨୧ ମଇ ମାସ ପାଇଁ ଦୂରସଂଚାର ଗ୍ରାହକ ସମ୍ପର୍କରେ ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୧,୪୭,୫୩୫ ନୂଆ ଗ୍ରାହକ ଯୋଗ କରିବା ସହିତ ଓଡ଼ିଶାରେ ଏହାର ମୋଟ ଗ୍ରାହକ ସଂଖ୍ୟା ୧.୪୭ କୋଟିରୁ ଅଧିକରେ ପହଞ୍ଚାଇଛି। ଜିଓ ବ୍ୟତୀତ ବିଏନଏନଏଲ ଏକମାତ୍ର ଅପରେଟର ଭାବରେ ଏହି ମାସରେ ରାଜ୍ୟରେ ଗ୍ରାହକ ଯୋଗ କରିଛି ଏବଂ ଏହା ମାତ୍ର ୧୭୭୩୮ ନୂଆ ଗ୍ରାହକ ଯୋଗ କରିଛି। ସେହି ସମୟରେ ଏୟାରଟେଲ୧.୪୬ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ରାଜ୍ୟରେ ୬୧୦୮୬ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ଗ୍ରାହକ ତଥ୍ୟରେ କୁହାଯାଇଛି। ତେବେ ଓଡ଼ିଶାରେ ୨୦୨୧ ମଇ ମାସରେ ମୋଟ ଉପରେ ଗ୍ରାହକ ସଂଖ୍ୟା ୪୨୩୩୪ ହ୍ରାସ ପାଇଛି।

- Advertisement -

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଏବଂ ଏହି କ୍ଷେତ୍ରରେ ମୋଟ ରାଜସ୍ୱ ଆୟରେ ୫୦%ରୁ ଅଧିକ ଅଂଶ ଦଖଲ କରି ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ହୋଇଛି। ରିଲାଏନ୍ସ ଜିଓ ଗତ କିଛି ବର୍ଷ ଧରି ପ୍ରତି  ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଗ କରିଚାଲିଛି ଏବଂ ଏ କ୍ଷେତ୍ରରେ ଏହାର ସର୍ବବୃହତ ବାସ୍ତବ-୪ଜି ନେଟୱର୍କ, ଏପର୍ଯ୍ୟନ୍ତ ଅସଂଯୁକ୍ତ ଥିବା ଅଞ୍ଚଳଗୁଡିକୁ ଦ୍ରୁତ ସେବା ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ସମଗ୍ର ରାଜ୍ୟରେ ହାଇ-ସ୍ପିଡ ଇଂଟରନେଟ ଉପଲବ୍ଧତା ବିଶେଷ ସହାୟକ ହୋଇଛି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories