www.samajalive.in
Wednesday, December 10, 2025
26.1 C
Bhubaneswar

ମହାମାରୀ ସମୟରେ ରାଜ୍ୟ ସରକାର ରାସନ ସାମଗ୍ରୀ ବଣ୍ଟନରେ ୩୦୦ କୋଟି ଟଙ୍କାର ଘୋଟାଲା କରିଛନ୍ତି: କଂଗ୍ରେସ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରାଜ୍ୟ ସରକାର ରେସନ ସାମଗ୍ରୀ ବଂଟନରେ ୩୦୦ କୋଟି ଟଙ୍କାର ଘୋଟାଲା କରିଛନ୍ତି । ଲକ୍ଷାଧିକ ‘ବୋଗସ୍‌’ ବା ଭୂତ ହିତାଧିକାରୀଙ୍କ କାର୍ଡ ଜରିଆରେ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ଚାଲିଥିବା ଖାଦ୍ୟଶସ୍ୟ ସାମଗ୍ରୀ ବଂଟନରେ ଏହି ଦୁର୍ନୀତି ଚଳାଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି । ଶନିବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଆବାହକ ସତ୍ୟପ୍ରକାଶ ନାୟକ ଅଭିଯୋଗ କରି କହିଛନ୍ତି ଯେ ବିଗତ ୧ ବର୍ଷ ମଧ୍ୟରେ ରାଜ୍ୟ ସରକାର ଶହଶହ କୋଟି ଟଙ୍କାର ରାସନ ସାମଗ୍ରୀ ଭୂତ ହିତାଧିକାରୀଙ୍କ ନାଁରେ ଉଠାଇଛନ୍ତି ଏବଂ ଲୁଟ୍‌ କରିଛନ୍ତି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟରୁ ୯୩ ଲକ୍ଷ ୬ ହଜାର ୨୦୨ ଜଣ ହିତାଧିକାରୀ ଥିବା ବେଳେ କୌଣସି ଗୋଟିଏ ମାସରେ ବି ୯୩ ଲକ୍ଷ ହିତାଧିକାରୀଙ୍କୁ ରାସନ ଚାଉଳ ବଂଟନ କରାଯାଇ ନାହିଁ । ଅଥଚ ପ୍ରତ୍ୟେକ ମାସ ହଜାର ହଜାର ମେଟ୍ରିକ ଟନ ଚାଉଳ ବଂଟା ନହୋଇ ରହିଯାଇଥିବା ବେଳେ ପରବର୍ତୀ ମାସମାନଙ୍କରେ କାହିଁକି ବଳକା ଚାଉଳ ପରିମାଣ କଟା ନଯାଇ କେନ୍ଦ୍ରରୁ ସଂପୂର୍ଣ୍ଣ କୋଟା ଚାଉଳ ଉଠାଯାଉଛି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ପ୍ରତ୍ୟେକ ମାସରେ ରହିଯାଉଥିବା ହଜାର ହଜାର ମେଟ୍ରିକ ଟନ ଚାଉଲ କୁଆଡ଼େ ଯାଉଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହା ବିଜେଡ଼ି ସରକାରର ଏକ ମାସିକ ଘୋଟାଲା କାର୍ୟ୍ୟକ୍ରମ ବୋଲି କଂଗ୍ରେସ କହିଛି ।

- Advertisement -

ସେହିପରି ଗତ ୨ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱାନ ନେସନ – ୱାନ ରାସନ କାର୍ୟ୍ୟକ୍ରମର ଶୁଭାରମ୍ଭ ଅବସରରେ ଘୋଷଣା କଲେ ଯେ ମାଲକାନଗିରି ଜିଲ୍ଲାରେ ଭିଟାମିନ ଯୁକ୍ତ ଚାଉଳ ବଂଟନ ଦ୍ୱାରା ପୃଷ୍ଟିହୀନତା ଦୂର କରାଯିବ । ଏ ବାବଦରେ ଖୋଲାସା କରି ଶ୍ରୀ ନାୟକ କହିଛନ୍ତି ଯେ ଏହା ହେଉଛି କେନ୍ଦ୍ରସରକାରଙ୍କ ଯୋଜନା । ସମଗ୍ର ଦେଶରେ ୧୫ ଟି ରାଜ୍ୟରୁ ୧୫ ଟି ଦୁର୍ବଳ ଜିଲ୍ଲାରେ ଏହି ପ୍ରକଳ୍ପକୁ ୨୦୧୯-୨୦ରୁ ଆରମ୍ଭ କରାଯାଇଛି ଅଥଚ ଦୁଇବର୍ଷ ବିଳମ୍ବରେ କାହିଁକି ନବୀନ ବାବୁ ଏ ପ୍ରକଳ୍ପକୁ ଆରମ୍ଭ କଲେ ତାର ଯବାବ ରଖନ୍ତୁ ବୋଲି ଶ୍ରୀ ନାୟକ ଦାବି ରଖିଛନ୍ତି । ଆଗକୁ ପଂଚାୟତ ଏବଂ ପୌରନିର୍ବାଚନକୁ ଆଖିରେ ରଖି ନବୀନ ବାବୁ ଭିଟାମିନ ଚାଉଳ ଯୋଜନାକୁ ଦୁଇବର୍ଷ ଚାପି ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ସେହିପରି ଦେଶରେ ପ୍ରତ୍ୟେକ ରାଜ୍ୟ ବର୍ଷୱାରୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିଠା ଅପଡେଟ କରୁଥିବାବୋଳ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ତାଗିତ ସତ୍ୱେ ତିନିବର୍ଷ ହେଲା କାହିଁକି ତାଲିକା ଅପଡେଟ କରୁନାହାନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ମହାମାରୀ ସମୟରେ ରାଜ୍ୟ ସରକାର କାର୍ଡ ହିତାଧିକାରୀମାନଙ୍କୁ ଏକ କାଳୀନ ୧ ହଜାର ଟଙ୍କା ଦେବାପାଇଁ ୯୫୫ କୋଟି ଟଙ୍କା ମଞ୍ଜୁର କଲେ । ଅଥଚ ଦୁଇଲକ୍ଷରୁ ଅଧିକ ହିତାଧିକାରୀ ମିଳିଳେ ନାହିଁ ଯେଉଁଥିପାଇଁ ୨୦ କୋଟି ୭ଲକ୍ଷ ଟଙ୍କା ସରକାର ଫେରସ୍ତ ଆଣିଲେ । ଏହା ସ୍ପଷ୍ଟ କରୁଛି କି ପ୍ରାୟ ୨ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଚାଲିଛି ଶହ ଶହ କୋଟି ଟଙ୍କାର ରେସନ ଚାଉଳ ଘୋଟଲାର ମାସିକ ରିସାଇକ୍ଲି ବୋଲି ଶ୍ରୀ ନାୟକ କହିଛନ୍ତି । ଏକ କେନ୍ଦ୍ରୀୟ ଆଇନକୁ ଭାଙ୍ଗି ରାଜ୍ୟ ସରକାର ମାସିକିଆ ଦୁର୍ନୀତି ଚଳାଇଛନ୍ତି ଅଥଚ କେନ୍ଦ୍ରରେ ଥିବା ବିଜେପି ସରକାର କାହିଁକି ନୀରବ କାହିଁକି ବୋଲି ପ୍ରଶ୍ନ କରିବା ସହିତ ଏହି ରାସନ ଘୋଟାଲାର ସିବିଆଇ ତଦନ୍ତ କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପିସିସି ମୁଖପାତ୍ର ସସ୍ମିତା ବେହେରା ଓ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories