www.samajalive.in
Wednesday, December 10, 2025
14.1 C
Bhubaneswar

ଓଡ଼ିଶାରେ ଜିଓର ଜୟଯାତ୍ରା ଜାରି, ଏକ ନମ୍ବର ସ୍ଥାନ ସୂଦୃଢ କରି ଜାନୁୟାରୀରେ ଯୋଡିଲା ୨.୮ ଲକ୍ଷ ଗ୍ରାହକ: ଟ୍ରାଇ

ଭୁବନେଶ୍ୱର : ଓଡିଶାରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ଦଖଲ କରିଥିବା ରିଲାଏନ୍ସ ଜିଓ ରାଜ୍ୟରେ ମୋବାଇଲ୍ ବଜାରରେ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୂଦୃଢ କରି ଜାନୁୟାରୀ ମାସରେ ୨.୮ ଲକ୍ଷରୁ ଅଧିକ ଗ୍ରାହକ ଯୋଡିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ଉପଭୋକ୍ତା ତଥ୍ୟରୁ ଜଣାପଡ଼ିଛି । ଏହି ତଥ୍ୟ ଅନୁସାରେ ଜାନୁୟାରୀ ୩୧, ୨୦୨୦ ସୁଦ୍ଧା ଜିଓ ଓଡିଶାରେ ୧.୨୦ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକଙ୍କ ସହିତ ଏକ ନମ୍ବର ସ୍ଥାନରେ ରହିଛି ।

ଟ୍ରାଇ ପ୍ରଦତ୍ତ ତଥ୍ୟ ଅନୁସାରେ ଜାନୁୟାରୀ ମାସରେ ଓଡିଶାରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୧.୫୯ ଲକ୍ଷ ବୃଦ୍ଧି ପାଇ ପ୍ରାୟ ୩.୩୨ କୋଟିରେ ପହଞ୍ଚିଛି । ଏଥିମଧ୍ୟରେ ରିଲାଏନ୍ସ ଜିଓ ଏକ କୋଟି କୋଡିଏ ଲକ୍ଷ ବୟାଅଶି ହଜାର ଶହେ ଦଶ ଗ୍ରାହକଙ୍କ ସହ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଏହା ପଛକୁ ଏୟାରଟେଲ୍‌ର ଏକ କୋଟି ୧୬ ଲକ୍ଷ, ବିଏସ୍‌ଏନ୍‌ଏଲ୍‌ର ୬୧ ଲକ୍ଷ ଏବଂ ଭୋଡାଫୋନ୍ ଆଇଡିଆର ୩୩ ଲକ୍ଷ ମୋବାଇଲ୍ ଉପଭୋକ୍ତା ରହିଛନ୍ତି ।
ଜାନୁୟାରୀ ମାସରେ ଓଡିଶାରେ ଜିଓ ୨.୮ ଲକ୍ଷ ଗ୍ରାହକ ଯୋଡିଥିବା ବେଳେ ବିଏସ୍‌ଏନ୍‌ଏଲ୍ ୭୬,୦୦୦ ଗ୍ରାହକ ଯୋଡିଛି । ତେବେ ଏହି ସମୟରେ ଏୟାରଟେଲ୍ ରାଜ୍ୟରେ ୧.୩୭ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ୫୯,୦୦୦ ଗ୍ରାହକ ହରାଇଥିବା ଟ୍ରାଇ ଉପଭୋକ୍ତା ତଥ୍ୟରୁ ଜଣାପଡିଛି ।

- Advertisement -

ଜାତୀୟ ସ୍ତରରେ ମଧ୍ୟ ନିଜର ଏକ ନମ୍ବର ସ୍ଥାନ ସୂଦୃଢ କରି ଜାନୁୟାରୀ ମାସରେ ରିଲାଏନ୍ସ ଜିଓ ୬୫ ଲକ୍ଷରୁ ଅଧିକ ଗ୍ରାହକ ଯୋଡିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ୨୦୧୬ ସେପ୍ଟେମ୍ବରରେ ରାଜ୍ୟରେ ସେବା ପ୍ରଦାନ ଆରମ୍ଭ କରିଥିବା ରିଲାଏନ୍ସ ଜିଓ ସାଢ଼େ ତିନି ବର୍ଷରୁ କମ୍ ସମୟ ଭିତରେ ରାଜ୍ୟର ମୋବାଇଲ ସେବା କ୍ଷେତ୍ରରେ ଏକ ନମ୍ବର ସ୍ଥାନ ହାସଲ କରିଥିଲା । ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ଅପହଂଚ ଅଂଚଳଗୁଡ଼ିକରେ ଦ୍ରୁତ ଗତିରେ ୪ଜି ନେଟୱର୍କ ସଂପ୍ରସାରଣ ଏବଂ ଗ୍ରାମାଂଚଳ ଓ ଅର୍ଧସହରାଚଂଳର ଲୋକମାନଙ୍କ ମଧ୍ୟରେ ଅତ୍ୟଧିକ ଲୋକପ୍ରିୟ ସୁଲଭ ଜିଓ ଫୋନ୍‌-ଭାରତର ସ୍ମାର୍ଟଫୋନ୍ ଯୋଗୁଁ ରାଜ୍ୟରେ ଜିଓର ଗ୍ରାହକ ସଂଖ୍ୟାରେ ଦୃତ ବୃଦ୍ଧି ଘଟିଛି ।

ଉଭୟ ଗ୍ରାହକ ସଂଖ୍ୟା ଏବଂ ରାଜସ୍ୱ ବଜାର ଅଂଶ ଦୃଷ୍ଟିରୁ ଓଡ଼ିଶାରେ ଅଗ୍ରଣୀ ଥିବା ଜିଓର ରାଜ୍ୟରେ ବର୍ତମାନ ପ୍ରାୟ ୩୬.୪% ଗ୍ରାହକ ବଜାର ଅଂଶ ରହିଥିବା ବେଳେ ୫୮% ରାଜସ୍ୱ ବଜାର ଅଂଶ (ଏଜିଆର) ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷଙ୍କ ତରଫରୁ ୨୦୧୯ ଅକ୍ଟୋବର-ଡିସେମ୍ବର ତ୍ରୟମାସ ପାଇଁ ଜାରି କରାଯାଇଥିବା ସଦ୍ୟତମ ଆର୍ଥିକ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ଟେଲିକମ୍ ଓ ଡିଜିଟାଲ୍ ସେବା କ୍ଷେତ୍ରରେ ଜିଓ ଏହାର ନେତୃତ୍ୱ ସ୍ଥିତିକୁ ସୁଦୃଢ଼ କରି ମୋଟ ରାଜସ୍ୱରେ ୪୮% ବଜାର ଅଂଶ ଏବଂ ଆଡ୍‌ଜଷ୍ଟେଡ୍ ଗ୍ରସ୍ ରେଭିନ୍ୟ୍ରୁ(ଏଜିଆର)ରେ ୫୮%ରୁ ଅଧିକ ବଜାର ଅଂଶ ହାସଲ କରିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories