www.samajalive.in
Friday, December 12, 2025
17.1 C
Bhubaneswar

ଗଞ୍ଜାମ ଜିଲାପରିଷଦ ବୈଠକ ଅନୁଷ୍ଠିତ

ଛତ୍ରପୁର: ଗଞ୍ଜାମ ଜିଲା ସପ୍ତମ ସାଧାରଣ ଅଧିବେଶନ ଜିଲାପରିଷଦ ବୈଠକ ଛତ୍ରପୁର ଜିଲାପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପରିଷଦ ଅଧ୍ୟକ୍ଷା ସୋନାମ ପଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ପୋଲସରା ତଥା ଗଞ୍ଜାମ ଜିଲା ଯୋଜନା ଵୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଜିଲାପାଳ ବିଜୟ ଅମୃତ କୁଳାଙ୍ଗଙ୍କ ସହ ଜିଲାର ସମସ୍ତ ସାଂସଦ ବିଧାୟକ ମାନେ ଉପସ୍ଥିତ ଥିଲେ।

ଜିଲାର କୃଷି ସମବାୟ, ସ୍ୱାସ୍ଥ୍ୟ, ସମାଜ ମଙ୍ଗଳ, ଗ୍ରାମ୍ୟ ଜଳପରିମଳ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଗୃହ ନିର୍ମାଣ ପ୍ରମୁଖ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା। କାଳିଆ ଯୋଜନାରେ ଜିଲାର ସମସ୍ତ ଚାଷୀଙ୍କୁ ଟଙ୍କା ଏଯାବତ କାହିଁକି ମିଳିନି ଯଥାଶୀଘ୍ର ସମସ୍ତ ହିତାଧିକାରୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିବାକୁ ଗୋପାଳପୁର ବିଧାୟକ ଡ଼. ପ୍ରଦୀପକୁମାର ପାଣିଗ୍ରାହୀ ଉପସ୍ଥିତ କୃଷି ଅଧିକାରଙ୍କୁ କହିଥିଲେ। ଏହା ସହିତ ଜିଲାରେ କିପରି ମାଣ୍ଡିଆ ଚାଷ କରିବାକୁ ଚାଷୀ ଆଗ୍ରହ ପ୍ରକାଶ କରିବେ ସେଥି ପାଇଁ ଚାଷୀଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇଦେବାକୁ ବୈଠକରେ ଆଲୋଚନା କରାଯାଇଥିଲା। ଜିଲାରେ ଚାଷୀମାନେ ଏଯାବତ୍ ଧାନ ବିକି ପାରିନାହାନ୍ତି ଜିଲାର ଚାଷୀମାନେ କାହିଁକି ଆନ୍ଧ୍ରକୁ ନିଜର ଧାନ ବିକୁଛନ୍ତି ଏହି ସବୁ ପ୍ରଶ୍ନ ଉପସ୍ଥିତ ଥିବା ଯୋଗାଣ ଅଧିକାରୀଙ୍କୁ ଜନ ପ୍ରତିନିଧି ମାନେ ପଚାରିଥିଲେ। ଜିଲାର ବିଭିନ୍ନ ଡାକ୍ତରଖାନା ଗୁଡ଼ିକରେ ଡାକ୍ତର ନିଯୁକ୍ତି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଜିଲାର ସମସ୍ତ ବିଧାୟକ/ବିଧାୟିକା ଏବଂ ଆସିକା ସାଂସଦ ପ୍ରମିଳା ବିଶୋଇଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories