ଜି.ଉଦୟଗିରି: ସାମ୍ବାଦିକ ପ୍ରଶନ୍ନ କୁମାର ମିଶ୍ରଙ୍କ ଆବାହକତ୍ବରେ ରବିବାର ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗୃହରେ ପ୍ରେସ କ୍ଳବ, ଜି.ଉଦୟଗିରିର ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁଙ୍କ ସଭାପତିତ୍ୱରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସର୍ବସମ୍ମତି କ୍ରମେ ଆଗାମୀ ତିନି ବର୍ଷ ପାଇଁ ସଭାପତି ଭାବେ ସମୀର କୁମାର ପାଢୀ, ଉପ ସଭାପତି ଅରୁଣ କୁମାର ଷଡଙ୍ଗି, ସମ୍ପାଦକ ବଟକୃଷ୍ଣ ଦାସ, ସହ- ସମ୍ପାଦକ ରାମକୃଷ୍ଣ ଚୌଧୁରୀ, କୋଷାଧ୍ୟକ୍ଷ ଗଗନ କୁମାର ପ୍ରଧାନ, ସଭ୍ୟ ପ୍ରତାପ ଚନ୍ଦ୍ର ପାଢୀ, ପ୍ରଶନ୍ନ କୁମାର ମିଶ୍ର, ଦେବନାଥ ଦଳବେହେରା, ଅନିଲ କୁମାର ଦଳବେହେରା, ଚନ୍ଦ୍ର ଶେଖର ପାଢୀ ଓ ଜୋଶେଫ ଦିଗାଳଙ୍କୁ ନେଇ ଏକ ନୂତନ କମିଟି ଗଠନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶିଶିର କୁମାର ପଟ୍ଟନାୟକ, ବିଦ୍ୟାଧର ପାଳ, ବିଦ୍ୟାଧର ନାୟକ, କେ.ଲିଲିମା ରାଓ, ସାମନ୍ତ ଶେଖର ନାୟକଙ୍କ ମତାମତ ନିଆଯାଇ ଅଗାମୀ ଦିନରେ ସମସ୍ତ ସମ୍ବାଦିକ ବନ୍ଧୁଙ୍କ ମଧ୍ୟରେ ଏକତା ବଜାୟ ରଖିବା ସହ ସଙ୍ଗଠନକୁ ସୁଦୃଢ କରିବା, ପ୍ରେସ କ୍ଳବ ପାଇଁ ଗୃହ ନିର୍ମାଣ କରିବା ଓ ସାମ୍ବାଦିକ ଭାଇ ମାନଙ୍କ ସୂରକ୍ଷା ନିମନ୍ତେ ଏକାଠି ହେବାକୁ ସଂକଳ୍ପ ନିଆଯାଇଛି। ଉକ୍ତ ବୈଠକରେ ସମସ୍ତ ସଭ୍ୟ ନିଜ ନିଜ ମତ ପ୍ରକାଶ କରିବାପରେ ଶେଷରେ ପ୍ରତାପ ଚନ୍ଦ୍ର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



