ଝୁମ୍ପୁରାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି, ପାନୀୟ ଜଳ ସଂକଟରୁ ବଞ୍ଚିତ ପରିବାର ଲୋକଙ୍କ ଧାରଣା

ଝୁମ୍ପୁରା: ଝୁମ୍ପୁରା ବ୍ଲକ ପରିସର ମଧ୍ୟରେ ବ୍ଲକ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଶୁଣାଣିରେ ଉପସ୍ଥିତ ରହିଥିଲେ ଜିଲାପାଳ ଆଶିଷ ଠାକ୍ରେ, ଅତିରିକ୍ତ ଏସ୍ ପି ଦିଲିପ କୁମାର ନାଏକ, ପିଡି ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଚମ୍ପୁଆ ଉପ ଜିଲାପାଳ ସୁକାନ୍ତ ମାଝୀ, ସିଡିଏମ କିଶୋର କୁମାର ପୃଷ୍ଠି, ପିଏ ଆଇଟିଡିଏ ଜୟଶ୍ରୀ ମଲ୍ଲିକ, ଝୁମ୍ପୁରା ବିଡିଓ ହୃଦାନନ୍ଦ ଅଧା, ତହସିଲଦାର ରୋହିତ କୁମାର ବାଗ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ ମାନେ ଅଭିଯୋଗ ଶୁଣାଣିରେ ଉପସ୍ଥିତ ରହିଥିଲେ। ଝୁମ୍ପୁରା ଠାରେ ଶବଦାହ ନିମନ୍ତେ ଏକ କାଠ ଡିପୋ ଖୋଲିବା ସହିତ ବିଷ୍ଣୁପୁର ନିକଟରେ ଅଣ୍ଡର ବାଇପାସ ନିର୍ମାଣ କରିବା ପାଇଁ ସତ୍ୟବ୍ରତ ବେହେରା ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ସେହିପରି ଚିତ୍ରପୁର ଠାରୁ ଆରମ୍ଭ କରି ବଡପଶି ଦେଇ ସିଲିପୁଞ୍ଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରୁଥିବା ଠିକାଦାର ଅବଧି ସରିଥିଲେ ମଧ୍ୟ ରାସ୍ତାର ଶତକଡା ୨୦ ପ୍ରତିଶତ ମଧ୍ୟ କାମ ନକରି ରାସ୍ତାକୁ ବିଭିନ୍ନ ସ୍ଥାନରେ ଖୋଳି ଦେଇଥିବାରୁ ଉକ୍ତ ଠିକାଦାରଙ୍କ ଚୁକ୍ତିକୁ ବାତିଲ କରି ଅନ୍ୟ ଠିକାଦାରଙ୍କୁ ଉକ୍ତ କାମ ଯୋଗାଇ ଦେବା ନିମନ୍ତେ ସମାଜସେବୀ ସାଧୁଚରଣ ମହାନ୍ତ ଅଭିଯୋଗ କରିଛନ୍ତି। କଟଲପଶି ଠାରୁ ଧାତିକା ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ବେଆଇନ ଆଇନ ଗାଡି ଚଳାଚଳ କୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିବା ନିମନ୍ତେ ନହବେଡା ସରପଚ ମନ୍ମୟବିଳାଶ ତିଓ ଅଭିଯୋଗ କରିଛନ୍ତି।

ଝୁମ୍ପୁରା ପଚାୟତର ସମସ୍ତ ଜିଆରଏସ୍ ଏବଂ ପିଇଓ ଫୁଲମଣି ନାଏକ ସମେତ ବ୍ଲକର ଅନ୍ୟ ପଚାୟତରେ ରହିଥିବା ପିଇଓମାନଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ନିଶ୍ଚିନ୍ତପୁର ସରପଚ ପୁଷ୍ପାଞ୍ଜଳି ମୁଣ୍ଡା ,ଝୁମ୍ପୁରା ସରପଚ ରେବତି ବିରୁଆ, ଧନୁର୍ଜୟପୁର ସରପଚ ସରସ୍ୱତୀ ନାଏକ, ଉଖୁଣ୍ଡା ସରପଚ ମେଘମାଳତି ଦେହୁରୀ, ବସନ୍ତପୁର ସରପଚ ଗୁରୁବା ମୁଣ୍ଡା, ଚଉଠିଆ ସରପଚ ଅନୁପମା ମୁଣ୍ଡା, କୁଟୁଗାଁ ସରପଚ ଲକ୍ଷ୍ମୀ ଚାମ୍ପିଆ, ଟୁକୁଡିହା ସରପଚ ଯୁଗୋଳ ମୁଣ୍ଡା, ଅଭିଯୋଗ କରିଛନ୍ତି। ବାରୁଣା ବନ୍ଧର ଉନ୍ନତି କରଣ ନିମନ୍ତେ ମଣିକର ମହାନ୍ତ ଅଭିଯୋଗ କରିଛନ୍ତି। ଗୁଣ୍ଣୁଣିଆଁ ହୁଡିସାହି ଠାରୁ ବାରିକ ସାହି ଦେଇ ଯମୁନାପଶି ପର୍ଯ୍ୟନ୍ତ ଯାଇଥିବା ରାସ୍ତାରକୁ ପ୍ରଧାନମନ୍ତ୍ରୀ ସଡକ ନିର୍କାଣ କରିବା ପାଇଁ କାଣିନାଥ ମହାନ୍ତ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ୨୦୧୧ /୧୨ ମସିହାରେ ଝୁମ୍ପୁରା ଆରଡି ବିଭାଗରେ କାମ କରି ଆଜି ପର୍ଯ୍ୟନ୍ତ ତାଙ୍କର ପ୍ରାପ୍ୟ ପାଇ ନଥିବା ସମ୍ପର୍କରେ ସି ଶ୍ରେଣୀର ଠିକାଦାର ସଂଞ୍ଜୟ କୁମାର ବେହେରା ଅଭିଯୋଗ କରିଛନ୍ତି , ଜିଲାପାଳ ଏହି ଅଭିଯୋଗ ପାଇବା ପରେ ଆରଡି ବିଭାଗର ଅଧିକାରୀ ମାନଙ୍କୁ ଏହାର ତଦନ୍ତ କରି ତୁରନ୍ତ ବିଲ ଠିକାଦାରଙ୍କୁ ପ୍ରଦାନ କରିବା ପାଇଁ କଡା ନିର୍ଦେଶ ଦେଇଛନ୍ତି। ଝୁମ୍ପୁରା ବ୍ଲକର ୨୨ ଗୋଟି ପଚାୟତର ସମୁଦାୟ ୨୬୧ଟି ଅଭିଯୋଗ ଅଭିଯୋଗ ଶୁଣାଣିରେ ପଞ୍ଜିକୃତ ହୋଇଥିଲା ସେଥି ମଧ୍ୟରୁ ଆବାସ ଯୋଜନାରୁ ବଚିତ ହୋଇଥିବା ୧୩୦ରୁ ଅଧିକ ଅଭିଯୋଗ ଆସିଥିବା ବେଳେ ୧୦ରୁ ଅଧିକ ରାସନକାର୍ଡ, ତା ସହିତ ବାର୍ଦ୍ଧକ୍ୟ ଭତା, ବିଧବା ଭତା, ବିକଳାଙ୍ଗା ଭତା, ବିଦ୍ୟୁତ୍ ସଂଯୋଗ, ମୃତିକା ସଂରକ୍ଷଣ, ଶିକ୍ଷା, ଶିଶୁବିକାଶ, କୃଷି, ଉଦ୍ୟାନ ବିଭାଗ ସମ୍ପର୍କରେ ଅଭିଯୋଗ ହୋଇଥିବା ଜଣାଯାଇଛି। ଜିଲାପାଳ ପାଖରେ ହୋଇଥିବା ଅଭିଯୋଗ ଗୁଡିକୁ ତଦନ୍ତ କରି ତୁରନ୍ତ ଏହାର ସମାଧାନ କରିବା ପାଇଁ ଜିଲାପାଳ ସଂପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ କଡା ନିର୍ଦେଶ ଦେଇଛନ୍ତି। ଆଗାମୀ ଅଭିଯୋଗ ଶୁଣାଣି ପର୍ବରୁ ଅଭିଯୋଗ ଗୁଡିକର ସମାଧାନ ନ କଲେ ସଂପୃକ୍ତ ବିଭାଗର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି।

ସେହିପରି ବ୍ଲକର ୧୩ ଜଣ ଜିନ୍ନକ୍ଷମକୁ ଜିଲା ଖଣିଜ ପାଣ୍ଠିରୁ ବ୍ୟାଟେରୀ ଚାଳିତ ୩ ଚକିଆ ଗାଡି ପ୍ରଦାନ କରିଥିଲେ ଜିଲାପାଳ।
ଝୁମ୍ପୁରା ପଚାୟତ ଭାଲୁକା ଗ୍ରାମବାସୀ ପାନୀୟ ଜଳରୁ ବଚିତ ହୋଇ ରହିଛନ୍ତି। ଗ୍ରାମବାସୀଙ୍କୁ ପାନୀୟ ଜଳଯୋଗାଇ ଦେବାକୁ ଗ୍ରାମବାସୀ ପଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଏବଂ ଜିଲାପାଳଙ୍କ ଠାରେ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ ଗ୍ରାମକୁ ପାନୀୟ ଜଳରୁ ସୁବିଧା କରିନଥିବାରୁ ଆଜି ବ୍ଲକ ପରିସର ମଧ୍ୟରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଭାଲୁକା ଗ୍ରାମର ସଂଖ୍ୟାଧିକ ମହିଳା ପୁରୁଷ ଅଭିଯୋଗ ଶୁଣାଣି ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଝୁମ୍ପୁରା ପଚାୟତର ୪ଟି ଗ୍ରାମ ମଧ୍ୟରୁ ୩ଟି ଗ୍ରାମରେ ପାନୀୟଜଳର ସୁବିଧା କରିଥିବା ବେଳେ ଭାଲୁକା ଗ୍ରାମବାସୀଙ୍କୁ ପ୍ରଶାସନ ତରଫରୁ ସଂପୂର୍ଣ୍ଣ ଭାବରେ ଅଣଦେଖା କରିଚାଲିଛନ୍ତି। ଗ୍ରାମରେ ବସବାସ କରୁଥିବା ଥିଲା ବାଲ ଲୋକ ନିଜ ନିଜର ପିଇବା ପାଣିର ସୁବିଧା କରିଥିବା ବେଳେ ଗରିବ ମଧ୍ୟବିତ ଶ୍ରେଣୀ ଏବଂ ଚାଷୀ ମାନେ ପିଇବା ପାଣି ଟୋପାଏ ପାଇଁ ବାର ହିନସ୍ଥା ହେଉଛନ୍ତି। କେନ୍ଦୁଝର ଜିଲାରେ ମେଗା ପାନୀୟ ଜଳ ପ୍ରକଳ୍ପ ହୋଇଛି ସତ କିନ୍ତୁ ଆଜି ପର୍ଯ୍ୟନ୍ତ ଭାଲୁକା ଗ୍ରାମବାସୀଙ୍କ ନିମନ୍ତେ ମୋଗା ପାନୀୟ ଜଳ ପ୍ରକଳ୍ପ ବିଭାଗ ତରଫରୁ ସେପରୀ କୌଣସି ସିବିଧା କରିନଥିବା ଗ୍ରାମବାସୀଙ୍କ ମାନେ ଅଭିଯୋଗ କରିଛନ୍ତି।

ପିଇବା ପାଣି ଟୋପାଏ ପାଇଁ ଗ୍ରାମବାସୀ ବାର ହିନସ୍ଥା ହେଉଥିବାରୁ ଆଜି ଗ୍ରାମବାସୀମାନେ ବାଧ୍ୟ ହୋଇ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ସମ୍ମୁଖରେ ଧାରଣା ଦେଇଥିଲେ ପିଇବା ପାଣିର ସୁବିଧା ନିମନ୍ତେ ୧୩ ନମ୍ବର ୱାର୍ଡର ୱାର୍ଡ ମେମ୍ବର କୃଷ୍ଣ ଚନ୍ଦ୍ର ପ୍ରଧାନ, ୧୨ ନମ୍ବର ୱାର୍ଡ ମେମ୍ବର ବିରେନ୍ଦ୍ର ପ୍ରଧାନ ସମେତ ଗ୍ରାମବାସୀ ତ୍ରୀବେଣୀ ପ୍ରଧାନ, ପ୍ରିୟତମା ପ୍ରଧାନ, ପାର୍ବତୀ ପ୍ରଧାନ, ସୁପ୍ରଭା ପ୍ରଧାନ, ସୁବାଶିନୀ ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମର ମହିଳା ପୁରୁଷ ଧାରଣାରେ ବସିଥିଲେ। ଗ୍ରାମବାସୀଙ୍କ ପାନୀୟ ଜଳ ସୁବିଧା କରିବା ଦିଗରେ ବିଡିଓ, ତହସିଲଦାର ଏବଂ ମେଗା ପାନୀୟ ଜଳ ପ୍ରକଳ୍ପର ଅଧିକାରୀ, ଚମ୍ପୁଆ ଥାନା ,ବାରିଆ ଥାନା ଝୁମ୍ପୁରା ଥାନାର ଅଧିକାରୀ , ଝୁମ୍ପୁରା ସରପଚ ଉପସ୍ଥିତ ରହି ଗ୍ରାମବାସୀଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରିଥିଲେ। ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ଗ୍ରାମର ପ୍ରତି ପରିବାରକୁ ପିଇବା ପାଣିର ସୁବିଧା କରାଯିବ ବୋଲି ପ୍ରଶାସନର ଅଧିକାରୀ ମାନେ ଗ୍ରାମବାସୀ ମାନଙ୍କୁ ନିର୍ଭର ପ୍ରତିଶୃତି ଦେବା ପରେ ଗ୍ରାମବାସୀ ମାନେ ଧାରଣାରୁ ଉଠିଥିଲେ। ପ୍ରଶାସନ ଦେଇଥିବା ସମୟ ମଧ୍ୟରେ ଗ୍ରାମକୁ ପାନୀୟ ଜଳର ସୁବିଧା ନକଲେ ଗ୍ରାମବାସୀ ବାଧ୍ୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଗ୍ରାମବାସୀ ସୂଚନା ପ୍ରଦାନ କରିଛନ୍ତି।

 

Comments are closed.