ଝୁମ୍ପୁରା: ଝୁମ୍ପୁରା ବ୍ଲକ ବସନ୍ତପୁର ପଞ୍ଚାୟତର ହାଟ ପଡିଆ ଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ପଞ୍ଚାୟତ ସଭାପତି ମକରଧ୍ୱଜ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ ସଭାପତି ସୌମ୍ୟଶଙ୍କର ଚକ୍ର, ଯୁବ ନେତା ବ୍ରହ୍ମେଶ୍ୱର ମହାକୁଡ, ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ପୂର୍ବତନ ସଦର ବିଧାୟକ ଅଭିରାମ ନାଏକ, ପୂର୍ବତନ ଜିଲାପରିଷଦ ସଭ୍ୟ ବାବୁରାମ ନାଏକ, ଝୁମ୍ପୁରା ବ୍ଲକ ସଭାପତି କଫିଲ ଆନସାରୀ, ରାଧା ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ।ଏହି କର୍ମୀ ସମ୍ମିଳନୀରେ ବିଜୁ ଜନତା ଦଳର ଯୋଗଦାନ କରିଥିବା କର୍ମକର୍ତ୍ତା ମାନେ କହିଲେ ଗ୍ରାମାଞ୍ଚଳର ବିକାଶ ହେଲେ ରାଜ୍ୟର ବିକାଶ ହେବ। ରାଜ୍ୟ ସରକାର ଗରିବମାନଙ୍କ ପାଇଁ ଅନେକ ଜନହିତକର ଯୋଜନା ପ୍ରସ୍ତୁତ କରୁଛନ୍ତି।
ସରକାରଙ୍କ ସବୁ ଯୋଜନାରେ ଗରିବ ଲୋକଙ୍କୁ ସାମିଲ କରିବା ଦିଗରେ ବିଜୁ ଜନତା ଦଳର କର୍ମୀମାନେ ପ୍ରତି ଗ୍ରାମକୁ ଯାଇ ଯେଉଁ ପରିବାର ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଯୋଜନାରେ ସାମିଲ କରିବା ଦିଗରେ ବିଜୁ ଜନତା ଦଳର ସକ୍ରୀୟ କର୍ମୀମାନେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ତା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ କୁ କିପରି ମୁକାବିଲା କରାଯିବ ଏବେ ଠାରୁ କର୍ମୀମାନଙ୍କ ମଧ୍ୟରେ ସମ୍ବନୟ ରକ୍ଷା କରିବା ପ୍ରତି ବିଶେଷ ଧ୍ୟାନ ଦେବାକୁ ବରାମର୍ଶ ଦେଇଥିଲେ। ଏହି କର୍ମୀ ସମ୍ମିଳନୀରେ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।



