www.samajalive.in
Wednesday, December 10, 2025
26.1 C
Bhubaneswar

ଝାଡ଼ଖଣ୍ଡରେ ସରକାର ଗଢିବ କଂଗ୍ରେସ-ଜେଏମଏମ-ଆରଜେଡି ମେଣ୍ଟ!

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରାୟତଃ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ରାଜ୍ୟର ନିର୍ବାଚନ ଫଳାଫଳକୁ ଦେଖିଲେ ଶାସକ ବିଜେପିକୁ ଏକ ବଡ଼ ଝଟକା ଲାଗିଥିବାବେଳେ ଜେଏମ୍‌ଏମ୍‌- କଂଗ୍ରେସ- ଆର୍‌ଜେଡି ମେଣ୍ଟ ରାଜ୍ୟରେ ନୂତନ ସରକାର ଗଠନ କରିବା ଏକପ୍ରକାର ସ୍ପଷ୍ଟ ହୋଇଛି। ସନ୍ଧ୍ୟା ୭.୨୨ଟା ସୁଦ୍ଧା ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)-କଂଗ୍ରେସ ଓ ଆରଜେଡି ମହାମେଣ୍ଟକୁ ବହୁମତ ମିଳିଛି। ରାଜ୍ୟରେ ସରକାର ଗଠନ ଲାଗି ମ୍ୟାଜିକ ନମ୍ବର ୪୧ର ଆବଶ୍ୟକତା ଥିବାବେଳେ ମହାମେଣ୍ଟ ୪୬ଟି ଆସନରେ ଆଗୁଆ ଥିବା ଜଣାପଡ଼ିଛି। ଜେଏମଏମ ୩୦, କଂଗ୍ରେସ ୧୫ ଏବଂ ଆରଜେଡି ୧ଟି ଆସନରେ ଆଗୁଆ ରହିଛନ୍ତି।

ଅନ୍ୟପଟେ ବିଜେପି ୨୬ଟି ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟ ଆଞ୍ଚଳିକ ଦଳ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା(ଜେଭିଏମ) ୩ଟି, ଏଜେଏସୟୁ ୨ଟି, ଏନସିପି ୧ଟି, ସିପିଆଇଏମଏଲ ୧ଟି ଏବଂ ସ୍ବାଧୀନ ପ୍ରାର୍ଥୀ ୨ଟି ଆସନରେ ଆଗୁଆ ଥିବା ସୂଚନା ମିଳିଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories