www.samajalive.in
Tuesday, December 9, 2025
17.1 C
Bhubaneswar

ଅଦାଲତରେ ହାଜର ପରେ ଜୟାପ୍ରଦାଙ୍କୁ ଜାମିନ

ରାମପୁର : ପଳାତକ ଘୋଷିତ ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦା ସୋମବାର ସ୍ଥାନୀୟ ଏମ୍‌ପି/ଏମଏଲଏ ଅଦାଲତରେ ହାଜର ହେବାପରେ ବିଚାରପତି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅଦାଲତରେ ହାଜର ହେବାମାତ୍ରେ ଜୟାପ୍ରଦାଙ୍କୁ ପ୍ରଥମେ ଗିରଫ କରାଯାଇଥିଲା। ସେ କିଛି ସମୟ ପାଇଁ କାଠଗଡାରେ ଛିଡା ହୋଇଥିଲେ। ଅସୁସ୍ଥ ଥିବାରୁ ବିଚାରପତି ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ମାମଲାର ପ୍ରତ୍ୟେକ ଶୁଣାଣି ସମୟରେ ଅଦାଲତରେ ଉପସ୍ଥିତ ରହିବେ ବୋଲି ଜୟାପ୍ରଦା ପ୍ରତିଶ୍ରୁତି ଦେଇଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ଜୟାପ୍ରଦାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଥିଲା। ବାରମ୍ବାର ସମନ ଜାରି ସତ୍ତ୍ବେ ସେ ଅଦାଲତରେ ହାଜର ହେଉନଥିଲେ। ଫଳରେ ଗତ ଫେବୃଆରୀ ୨୭ରେ ବିଚାରପତି ତାଙ୍କୁ ପଳାତକ ଘୋଷଣା କରିବା ସହ ମାର୍ଚ୍ଚ ୬ ସୁଦ୍ଧା ଗିରଫ କରି ଅଦାଲତରେ ହାଜର କରାଇବାକୁ ପୁଲିସକୁ ନିର୍ଦେଶ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories