ଜାଣନ୍ତୁ କାହିଁକି ଡାଉନ ହୋଇଥିଲା ଫେସବୁକ୍‍-ଇନଷ୍ଟାଗ୍ରାମ୍‍

ସାଇବର ଠକମାନେ ୟୁଜର୍ସଙ୍କୁ କଲେ ନାକେଦମ୍‍

ନୂଆଦିଲ୍ଲୀ: ମେଟା ଦ୍ୱାରା ପରିଚାଳିତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ମଙ୍ଗଳବାର ରାତିରେ ସାରା ବିଶ୍ୱରେ ଅଚଳ ହୋଇଯାଇଥିଲା । ଭାରତ ସମେତ ପୂରା ବିଶ୍ୱରେ ମେଟା ସର୍ଭର ଡାଉନ ହେବା ଯୋଗୁ ୟୁଜର୍ସମାନେ ଏହି ସବୁ ଆପ୍‍ରେ କୌଣସି ସେବା ପାଇପାରୁ ନଥିଲେ । ଫେସବୁକ ଓ ଇନଷ୍ଟାଗ୍ରାମ ଲଗ୍‍ ଇନ୍‍ କରିବାରେ ଅସୁବିଧା ହେବାରୁ ୟୁଜର୍ସଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଏଭଳି କାହିଁକି ହୋଇଥିଲା ତାହାର ପ୍ରକୃତ କାରଣ ଜଣାପଡିନାହିଁ । କିନ୍ତୁ ସାଇବର ବିଶେଷଜ୍ଞ ଅନୁଜ ଅଗ୍ରୱାଲ କହିଛନ୍ତି ଏହା ଡିଡିଓଏସ୍‍ ଆକ୍ରମଣ ଯୋଗୁ ହୋଇଥାଇପାରେ । ଏକାସାଙ୍ଗରେ ଅନେକ ଲୋକ ସର୍ଭରରେ ଲଗଇନ୍‍ କରିବାକୁ ଚେଷ୍ଟା କରିବା ଦ୍ୱରା ଏହାର କ୍ଷମତା ଅତିକ୍ରମ କରିଥାଏ । ଲଗ ଇନ୍‍ କରୁଥିବା ଉପଭୋକ୍ତା ମାନେ ଅଧିକାଂଶ ନକଲି ଥାଆନ୍ତି । ଏହାକୁ ବିଓଟିଏସ୍‍ କୁହାଯାଉଥିବା ବେଳେ କମ୍ପ୍ୟୁଟର ରୋବଟରୁ ତିଆରି ହୋଇଥାଏ ।
ଅନେକଙ୍କ ପାଖକୁ ପାସୱାର୍ଡ ବଦଳାଇବା ମଧ୍ୟ ମେସେଜ ଆସୁଥିଲା । ଫେସବୁକରେ ସମସ୍ୟା ଦେଖାଯାଇଥିବା ୩ ଲକ୍ଷରୁ ଅଧିକ ଲୋକ ଅଭିଯୋଗ କରି ସାରିଲେଣି। ସେହିପରି ଇନଷ୍ଟାଗ୍ରାମ ଅଚଳ ହୋଇ ଯାଇଥିବା ୨ ଲକ୍ଷ ଲୋକ ଅଭିଯୋଗ ଦାଖଲ କରିଛନ୍ତି। ତେବେ ପ୍ରାୟ ୫୦ ମିନିଟ୍ ପରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପୁଣି କାମ କରିବା ଆରମ୍ଭ କରିଥିଲା ।

 

Comments are closed.