ଜାଗରରେ ସ୍ୱାମୀ-ସ୍ତ୍ରୀ ଶିବଲିଙ୍ଗରେ ଚଢାନ୍ତୁ ଏହି ଜିନିଷ: ସବୁ ସମସ୍ୟା ହେବ ଦୂର

ସମାଜ ଡିଜିଟାଲ ଡେସ୍କ: ୮ତାରିଖରେ ମହାଶିବରାତ୍ରି । ଏହି ଦିନ ଶିବଲିଙ୍ଗରେ ଫୁଷ୍ପ ଓ ଫଳ ଅର୍ପଣ କଲେ ଶୁଭଫଳ ପ୍ରାପ୍ତି ହେବ । ତେବେ ଚାଲନ୍ତୁ ଜାଣିବା କଣ କଣ ସବୁ ଅର୍ପଣ କରିବେ ।
ଭଗବାନ ଶିବଙ୍କର ଘିଅ ହେଉଛି ଅତ୍ୟନ୍ତ ପ୍ରିୟ । ମହାଶିବରାତ୍ରି ଦିନ ଶିବଙ୍କ ଲିଙ୍ଗରେ ଘିଅ ଅର୍ପଣ କଲେ ଜୀବନରେ ଚାଲିଥିବା ସବୁ ସମସ୍ୟାର ସମାଧାନ ହୋଇଯିବ । ୨୦୨୪ ମସିହାରେ ମହାଶିବରାତ୍ରି ଶୁକ୍ରବାର ପଡୁଛି । ଏହି ଦିନ ଘିଅ ଅର୍ପଣ କରିବା, ଘିଅ ଦୀପ ଲଗାଇବା ଦ୍ୱାରା ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଘଟିବ ।
ଯଦି ଆପଣ ବିବାହିତ ଜୀବନରେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ମହାଶିବରାତ୍ରି ଦିନ ସ୍ୱାମୀ-ସ୍ତ୍ରୀ ଏକତ୍ର ଶିବଲିଙ୍ଗଙ୍କୁ ଘିଅ ଅର୍ପଣ କରନ୍ତୁ । ଏହା କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ପ୍ରେମ ଏବଂ ମଧୁରତା ବଢିଥାଏ ।
ଆପଣ ଆର୍ଥିକ ସମସ୍ୟା ଯୋଗୁ ଚିନ୍ତାରେ ରହିଥିଲେ ମହାଶିବରାତ୍ରି ଦିନ ଘିଅ ନିଶ୍ଚିତ ଅର୍ପଣ କରନ୍ତୁ । ଆର୍ଥିକ ସମସ୍ୟା ଦୂର ହେବା ସହ ଧନ ପ୍ରାପ୍ତି ହେବ । ଏହାସହିତ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ, କିମ୍ବା ଆପଣ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଜାଗର ଦିନ ଶିବଲିଙ୍ଗରେ ଘିଅ ଅର୍ପଣ କରିଲେ ଏହି ସମସ୍ୟାରୁ ମୁକ୍ତି ପାଇବେ ।
ଶିବ ପୁରାଣରେ ଉଲ୍ଲେଖ ରହିଛି ଯେ ଘିଅ ଦ୍ୱାରା ଯେଉଁ ପ୍ରତିକାର କରାଯାଏ ତାହା ଆପଣଙ୍କ ଜୀବନରେ ଉନ୍ନତି ଆଣିପାରେ । ଏଥିପାଇଁ ଘିଅକୁ ଶିବଲିଙ୍ଗରେ ଅର୍ପଣ କରିବା ଅତ୍ୟନ୍ତ ଜରୁରୀ ।

Comments are closed.