www.samajalive.in
Sunday, December 14, 2025
26.1 C
Bhubaneswar

ଜମ୍ମୁ-ଶ୍ରୀନଗର ରାଜପଥ ବନ୍ଦ

ଶ୍ରୀନଗର: ଜମ୍ମୁ-ଶ୍ରୀନଗର ରାଜପଥକୁ ଯାନବାହନ ଚଳାଚଳ ନିମନ୍ତେ ବନ୍ଦ ରଖାଯାଇଛି। ଲଗାତର ବର୍ଷା ଓ ରାଜପଥର ବିଭିନ୍ନ ସ୍ଥାନରେ ପାହାଡରୁ ପଥର ଧସିବା କାରଣରୁ ଏହି ରାଜପଥକୁ କ୍ରମାଗତ ତୃତୀୟ ଦିନ ପାଇଁ ବନ୍ଦ ରଖାଯାଇଛି। ଫଳରେ ରାଜପଥରେ ହଜାର ହଜାର ସଂଖ୍ୟାରେ ଯାନବାହନ ଅଟକି ରହିଛି। କାଶ୍ମୀର ଉପତ୍ୟକା ସହିତ ମୂୂଳ ଭାରତ ଭୂଖଣ୍ଡକୁ ସଂଯୋଗ କରୁଥିବା ଏହା ଏକମାତ୍ର ସଡକ ପଥ ହୋଇଥିବାବେଳେ ଏହି ରାସ୍ତାଦେଇ ଉପତ୍ୟକାକୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥାଏ। ଜାତୀୟ ରାଜପଥ ତିନିଦିନ ଧରି ବନ୍ଦ ରହିବା କାରଣରୁ କାଶ୍ମୀର ଉପତ୍ୟକାରେ ଅତ୍ୟାବ୍ୟକ ସାମଗ୍ରୀ ମହଜୁଦ ପରିମାଣ କ୍ରମଶଃ ଶେଷହେବା ସ୍ଥିତିରେ ପହଞ୍ଚିଛି। ବିଶେଷକରି ଖାଦ୍ୟ ସାମଗ୍ରୀ, ପେଟ୍ରୋଲିୟମ ଇନ୍ଧନ ଆଦି ଶେଷ ହୋଇଆସୁଛି। ରାଜପଥ ଅଧିକ ଦିନ ବନ୍ଦ ରହିଲେ କାଶ୍ମୀର ଉପତ୍ୟକାରେ ଏହିସବୁ ସାମଗ୍ରୀର ଘୋର ଅଭାବ ଦେଖାଦେବା ସହିତ ଜନଜୀବନ ବାଧାପ୍ରାପ୍ତ ହେବ ବୋଲି ଜଣେ ସ୍ଥାନୀୟ ନାଗରିକ କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories