www.samajalive.in
Saturday, December 6, 2025
26.1 C
Bhubaneswar

ହିଜବୁଲର କମାଣ୍ଡର କାସିମ ଜୁଗନୁ ସମେତ ୩ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ପୁଲୱାମାରେ ଚାଲିଥିବା ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ସୁରକ୍ଷା ବାହିନୀ ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁସାରେ, ଏନକାଉଣ୍ଟରରେ ହିଜବୁଲର ଟପ୍ କମାଣ୍ଡର କାସିମ ଶାହା ଛଦ୍ମନାମ ଜୁଗନୁ ମଧ୍ୟ ନିହତ ହୋଇଛି। ମହମ୍ମଦ କାସୀମ ଶାହା ଛଦ୍ମନାମ ଜଗନୁ ବ୍ୟତୀତ ୱାସିତ ଅହମ୍ମଦ ପାରେ ଏବଂ ହରିସ ମଞ୍ଜୁର ଭଟଙ୍କୁ ମଧ୍ୟ ହତ୍ୟା କରାଯାଇଛି। ତେବେ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ।
ଗୁରୁବାର ଦିନ ପୁଲୱାମା ଜିଲ୍ଲାର ତ୍ରାଲର ଚେୱା ଉଲାର ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାବନ୍ଦି କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ନିଜକୁ ଘେରି ରହିଥିବାର ଦେଖି ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ।
ଏହାର ପ୍ରତିବଦଳରେ ସୈନିକମାନେ ପ୍ରଥମେ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ଏହା ସତ୍ତ୍ୱେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିଲା। ରାତିରେ ଅନ୍ଧକାର ହେତୁ ଅପରେସନ ବନ୍ଦ ହୋଇଯାଇଥିଲା। ସକାଳେ ପୁଣି ଥରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ଜ୍ଝ ଏହି ସମୟରେ ସୁରକ୍ଷା ବାହିନୀର ମିଳିତ ଦଳ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏଥିସହ ଦୁଇ ସୈନିକ ଆହତ ହୋଇଥିବା ସୂଚନା ମଳିଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories