www.samajalive.in
Monday, December 8, 2025
24.1 C
Bhubaneswar

ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ତଥା ଜୀବନ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ, ୧୩୧ଟି ଜଙ୍ଗଲ ଜମି ପଟ୍ଟା ବଣ୍ଟନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାର୍ଶାଲି ପଞ୍ଚାୟତରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ସହାୟତାରେ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ତଥା ଜୀବନ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ ଓ ରାଜସ୍ୱ ବିଭାଗ ସହଯୋଗରେ ଜଙ୍ଗଲ ଜମି ପଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଦେବାଶିଷ କର, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ସଲମନ ରାଇକା, ଓପିଲିପିର ପ୍ରୋଜେକ୍ଟ ଅଧିକାରୀ ସଞ୍ଜୟ କୁମାର ସ୍ୱାଇଁ, ପୂର୍ବତନ ସରପଞ୍ଚ ବାମ କାଡ୍ରାକା, ଅତିରିକ୍ତ ରାଜସ୍ୱ ଅଧିକାରୀ ମିନାଖି ପାଣିଗ୍ରାହୀ, ଜଙ୍ଗଲ ଜମି ଅଧିକାର ସଂଯୋଜକ ମଦନ ସୁନ୍ଦର ସାମଲ ମଞ୍ଚାସୀନ ରହିଥିଲେ । ଏଥିରେ ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡଙ୍ଗରିଆ କନ୍ଧର ୧୨ ଖଣ୍ଡ ଗାଁକୁ ୧୩୧ ଟି ଜଙ୍ଗଲ ଜମି ପଟ୍ଟା ଅତିଥିଙ୍କ ଦ୍ୱାରା ବଣ୍ଟନ କରାଯାଇଛି ।

ସରକାରୀ ଯୋଜନାରେ ଡଙ୍ଗରିଆ କନ୍ଧମାନେ କିପରି ସାମିଲ ହୋଇପାରିବେ ସେ ବିଷୟରେ ଅଧିକାରୀମାନେ କହିଥିଲେ । ଫୋନ ନମ୍ବର, ଆଧାର, ବ୍ୟାଙ୍କ ପାସ୍ ବୁକରେ ସଂଯୋଗ ନଥିବାରୁ ଏହି ଡ଼ଙ୍ଗରିଆମାନେ କାଳିଆ ଯୋଜନାରୁ ବଞ୍ଚିତ ରହିଛନ୍ତି । ମନେରଗାରେ କାମ ପାଇଁ ଓ ରାସନକାର୍ଡ ଯେଉଁ ଡଙ୍ଗରିଆଙ୍କୁ ମିଳିନାହିଁ ସେ ବିଷୟ ନେଇ ଗାଁରେ ସର୍ଭେ କରିବା ପରେ ସରକାରଙ୍କ ନିର୍ଦେଶ ଆସିଲେ ରାସନ କାର୍ଡ ଯୋଗାଇ ଦିଆଯିବ। ଜଙ୍ଗଲ ଜମି ପଟା ପାଇବା ପରେ ଉକ୍ତ ଜମିକୁ ମରାମତି କରି ଓପିଲିପି ଦ୍ୱାରା ଆସୁଥିବା ଯୋଜନାଗୁଡିକୁ ସଠିକ ଭାବରେ କାର୍ୟ୍ୟକାରୀ କରିବାପାଇଁ ଉପସ୍ଥିତ ଡଙ୍ଗରିଆଙ୍କୁ ବୁଝାଇଥିଲେ । ବ୍ୟକ୍ତିଗତ, ଗୋଷ୍ଠି ଓ ଗୋଷ୍ଠିଗତ ସମ୍ବନ୍ଧୀୟ ୩ ପ୍ରକାର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି । ଏହି ପଟ୍ଟା ଦ୍ୱାରା ଡଙ୍ଗରିଆ କନ୍ଧମାନେ ବ୍ୟାଙ୍କରୁ ଋଣ ନେଇ ଚାଷ କରିପାରିବେ ବୋଲି ଅତିଥିମାନେ କହିଛନ୍ତି । ଉକ୍ତ ଓଡ଼ିଆ ଭାଷାକୁ ନିୟମଗିରି ସରପଞ୍ଚ ବାମ କାଡ୍ରାକା ନିଜ ଡଙ୍ଗରିଆ ଭାଷାରେ ପ୍ରାଞ୍ଜ୍ବଳ ଭାବରେ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମକୁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର କର୍ମଚାରୀ ଓ ଫାର ସଂସ୍ଥାର କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories