www.samajalive.in
Saturday, December 13, 2025
26.1 C
Bhubaneswar

ଜାଲୋରରେ ମର୍ମନ୍ତୁଦ ଦୁର୍ଘଟଣା ; କାର-ଟ୍ରକ ଧକ୍କା, ୫ ମୃତ

ଜାଲୋର : ରାଜସ୍ଥାନ ସ୍ଥିତ ଜାଲୋର ଜିଲାର ଆହୋର ଉପଖଣ୍ଡରେ ମଙ୍ଗଳବାର ସକାଳେ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। କାର-ଟ୍ରକ ଧକ୍କା ହୋଇ ପାଞ୍ଚ ଜଣଙ୍କ ଜୀବନ ଚାଲି ଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛନ୍ତି।
ସୂଚନାନୁଯାୟୀ, ଆହୋରରୁ ତଖତଗଡ ଦେଇ ଯାଇଥିବା ୩୨୫ ନମ୍ବର ଜାତୀୟ ରାଜପଥରେ ଉକ୍ତ କାରଟି ତଖତଗଡରୁ ଚରଲୀ ଆହୋର ଆସୁଥିଲା। ସେହି ସମୟରେ ଆହୋର ନିକଟରେ ରାସ୍ତା କଡରେ ଏକ ଟ୍ରକ ଠିଆ ହୋଇଥିଲା। କାରଟି ଦ୍ରୁତ ଗତିରେ ଥିଲା। ଫଳରେ ଅନିୟନ୍ତ୍ରିତ ହୋଇ ଟ୍ରକ ସହ ଧକ୍କା ହୋଇଥିଲା। ଏହାସହ କାରରେ ଥିବା ୫ ଜଣ ଯାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ପ୍ରଥମେ ଘଟଣା ବିଷୟରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ଏସପି ଓ ଜିଲ୍ଲାପାଳ ପହଞ୍ଚିଥିଲେ। ପୁଲିସ ତଦନ୍ତ ଜାରି ରଖିଛି।

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories