www.samajalive.in
Saturday, December 13, 2025
17.1 C
Bhubaneswar

ଜଳ ସଞ୍ଚୟ ଜନ ଭାଗିଦାରୀ ଅଭିଯାନର ଶୁଭାରମ୍ଭ କଲେ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟର ସୁରଟଠାରେ ‘ଜଳ ସଞ୍ଚୟ ଜନ ଭାଗିଦାରୀ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ବର୍ଷା ଜଳ ସଂରକ୍ଷଣ ବୃଦ୍ଧି ଏବଂ ଦୀର୍ଘକାଳୀନ ଜଳ ସ୍ଥାୟୀତା ସୁନିଶ୍ଚିତ କରିବା ପାଇଁ ସାରା ରାଜ୍ୟରେ ପ୍ରାୟ ୨୪ ହଜାର ୮୦୦ ବର୍ଷା ଜଳ ସଂରକ୍ଷଣ ଢାଞ୍ଚା ନିର୍ମାଣ କରାଯାଉଛି।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରାୟ ପ୍ରତ୍ୟେକ ତହସିଲରେ ସେ ଏଭଳି ପ୍ରବଳ ବର୍ଷା ଦେଖିନଥିଲେ କିମ୍ବା ଶୁଣି ନଥିଲେ। ସେ କହିଛନ୍ତି ଯେ ଗୁଜରାଟକୁ ଏଥର ଏକ ଚରମ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ପରିସ୍ଥିତିକୁ ସମ୍ଭାଳିବା ପାଇଁ ବିଭାଗଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ନୁହଁନ୍ତି, ତଥାପି ଏଭଳି ଭୟଙ୍କର ପରିସ୍ଥିତିରେ ଗୁଜରାଟ ଏବଂ ଦେଶର ଲୋକମାନେ କାନ୍ଧରେ କାନ୍ଧ ମିଳାଇ ପରସ୍ପରକୁ ସାହାଯ୍ୟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଅନେକ ସ୍ଥାନ ଏବେ ବି ମୌସୁମୀ ଋତୁର ପ୍ରଭାବ ଦେଇ ଗତି କରୁଛି।

- Advertisement -

ଜଳ ସଂରକ୍ଷଣ କେବଳ ଏକ ନୀତି ନୁହେଁ, ଏହା ଏକ ପ୍ରୟାସ ଓ ଗୁଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଥିରେ ଉଦାରତା ସହିତ ଦାୟିତ୍ୱ ମଧ୍ୟ ରହିଛି। ଜଳ ହେଉଛି ପ୍ରଥମ ମାପଦଣ୍ଡ ଯାହା ଉପରେ ଆମର ଭବିଷ୍ୟତ ପିଢ଼ି ଆମର ଆକଳନ କରିବେ, କାରଣ ଜଳ କେବଳ ଏକ ସମ୍ପଦ ନୁହେଁ ବରଂ ଜୀବନ ଓ ମାନବିକତାର ଭବିଷ୍ୟତର ପ୍ରଶ୍ନ ବୋଲି ସେ କହିଛନ୍ତି। ତେଣୁ ଏକ ସ୍ଥାୟୀ ଭବିଷ୍ୟତ ଦିଗରେ ୯ଟି ସଂକଳ୍ପ ମଧ୍ୟରୁ ଜଳ ସଂରକ୍ଷଣ ସବୁଠାରୁ ଆଗରେ ରହିଛି ବୋଲି ସେ କହିଛନ୍ତି। ଜଳ ସଂରକ୍ଷଣର ଅର୍ଥପୂର୍ଣ୍ଣ ପ୍ରୟାସରେ ଜନସାଧାରଣଙ୍କ ଅଂଶଗ୍ରହଣ ଆରମ୍ଭ ହୋଇଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ। ଏହି ପଦକ୍ଷେପରେ ସେ ଜଳଶକ୍ତି ମନ୍ତ୍ରଣାଳୟ, ଗୁଜରାଟ ସରକାରଙ୍କ ସମସ୍ତ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପରିବେଶ ଏବଂ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ବିଶ୍ୱରେ ମାତ୍ର ୪ ପ୍ରତିଶତ ମଧୁର ଜଳ ଭାରତରେ ରହିଛି। ଦେଶରେ ଅନେକ ଭବ୍ୟ ନଦୀ ଥିଲେ ମଧ୍ୟ ବଡ଼ ବଡ଼ ଭୌଗୋଳିକ ଅଞ୍ଚଳରେ ପାଣି ରହୁନାହିଁ ଏବଂ ଜଳସ୍ତର ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ଜଳବାୟୁ ପରିବର୍ତ୍ତନ ସହିତ ଜଳ ଅଭାବ ଲୋକଙ୍କ ଜୀବନ ଉପରେ ବ୍ୟାପକ ପ୍ରଭାବ ପକାଇଛି ବୋଲି ସେ ଉଲ୍ଲେଖ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories