www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟରେ ନିୟୋଜିତ ହେଲେ ଜଳ ପ୍ରଭାରୀ, ସୁପରିଚାଳନା ହେବ ଜଳସେଚନ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାରେ ଜଳସେଚନର ସୁପରିଚାଳନା ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ପ୍ରତି ଜିଲା ପାଇଁ ‘ଜଳ ପ୍ରଭାରୀ’ଙ୍କୁ ନିୟୋଜିତ କରାଯାଇଛି। ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ବରିଷ୍ଠ ପଦାଧିକାରୀମାନଙ୍କୁ ବିଭିନ୍ନ ଜିଲା ଦାୟିତ୍ୱରେ ରଖାଯାଇ ଜଳ ପ୍ରଭାରୀ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଆଜି ଏହି ପରିପ୍ରେକ୍ଷୀରେ ରାଜ୍ୟ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ଜଳ ପ୍ରଭାରୀ ନିୟୋଜିତ କରିଛନ୍ତି।

 

- Advertisement -

ଏହି ଜଳ ପ୍ରଭାରୀମାନେ ସେମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଜିଲ୍ଲାରେ ଜଳ ସମ୍ପଦର ସୁବିନିଯୋଗ ଓ ଜଳ ସେଚନ ବ୍ୟବସ୍ଥା ବୁଝିବା ସହିତ ପ୍ରତି ମାସରେ ଥରେ ସଂପୃକ୍ତ ଜିଲା ଗସ୍ତ କରି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ ତଥା ତଦାରଖ କରିବେ। ସମ୍ପୃକ୍ତ ଜିଲ୍ଲାରେ ଜଳ ସେଚନର ବ୍ୟବସ୍ଥା, ପ୍ରକଳ୍ପର ସ୍ଥିତି ଓ ଆଗକୁ କ’ଣ କାର୍ଯ୍ୟ କରାଯିବାକୁ ରହିଛି, ସେ ସଂପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ଆଧାରରେ ଜଳର ସୁ ପରିଚାଳନା, ଜଳସେଚନ ପ୍ରକଳ୍ପର ଅଗ୍ରଗତି ଓ ପ୍ରକଳ୍ପ ସଂପୂର୍ଣ୍ଣ କରାଯିବା ସଂପର୍କରେ ଜଳ ପ୍ରଭାରୀମାନେ କାର୍ଯ୍ୟ କରିବେ। ପ୍ରତି ୨ ମାସରେ ଥରେ ନିର୍ଦ୍ଦିଷ୍ଟ ଦିନରେ ଜଳ ପ୍ରଭାରୀମାନଙ୍କର ବୈଠକ ଅନୁଷ୍ଠିତ ହେବ ଓ ପ୍ରତି ୨ ମାସରେ ଥରେ ପ୍ରଭାରୀମାନେ ସେମାନଙ୍କ ଜିଲାରେ ବିଭାଗୀୟ କାର୍ଯ୍ୟ ବିବରଣୀ ଜଳ ସଂପଦ ବିଭାଗ ମୁଖ୍ୟଙ୍କୁ ପ୍ରଦାନ କରିବେ। ଏ ସଂପର୍କରେ ଆଜି ଜଳ ସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories