www.samajalive.in
Thursday, December 11, 2025
15.1 C
Bhubaneswar

ଜଙ୍ଗଲଜମିରେ ବେଆଇନ ଭାବେ ନିର୍ମାଣ ହୋଇଥିଲା ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍

ଯାଜପୁର: ଯାଜପୁର ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ଗିରଫ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଅଡୁଆ ବଢିଛି, ସ୍ମିତାରାଣୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଅଭିଯୁକ୍ତ ରୂପେସ୍ ଭଦ୍ରଙ୍କ ଗେଷ୍ଟହାଉସ୍ ସରକାରୀ ଜମିରେ ଅବସ୍ଥିତ ଥିବା ପ୍ରମାଣ ମିଳିଛି। ଯାଜପୁର ଜିଲା କଂଗ୍ରେସ ସଭାପତି ମନୋଜ ରାଉତ ଏହି ଅଭିଯୋଗ ଆଣିଥିଲେ । ଏହି ଜମି ଉପରେ ଗେଷ୍ଟ ହାଉସ କିପରି ନିର୍ମାଣ ହେଲା ଏବଂ ଏହା ପଛରେ କାହାର ହାତ ରହିଛି ତାହାର ତଦନ୍ତ କରିବାକୁ ମନୋଜ ରାଉତ ଦାବି କରିଥିଲେ। ସେପଟେ ଏହି ଅଭିଯୋଗ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲାପାଳ ଏହାର ତଦନ୍ତ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ରଂଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହେଲା କି ଏହି ଗେଷ୍ଟ ହାଉସଟି ସରକାରୀ ଜମିରେ ଅବସ୍ଥିତ । ତେଣୁ ତୁରନ୍ତ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେବେ ଓ କାହା ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାକୁ ଦେଖିବାକୁ ବାକି ରହିଲା ।
ସୂଚନାଯୋଗ୍ୟ ଗତ ଅକ୍ଟୋବର ୧୬ ଅପରାହ୍ନ ସମୟରେ ସ୍ମିତାରାଣୀ ଭତ୍ତା ଟଙ୍କା ବଣ୍ଟନ ପାଇଁ ପଞ୍ଚାୟତକୁ ଯାଇଥିଲେ। ସେଠାରେ ସରପଞ୍ଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କ ସହିତ ମିଶି ଭତ୍ତା ଟଙ୍କା ବାଣ୍ଟି ଥିଲେ। ଅପରାହ୍ନ ସମୟରେ ସ୍ମିତାରାଣୀ ଖାଇବାକୁ ସରପଞ୍ଚଙ୍ ସ୍ବାମୀଙ୍କ ଗେଷ୍ଟ ହାଉସକୁ ଯାଇଥିଲେ। ଖାଦ୍ୟ ଖାଇବା ପୂର୍ବରୁ ସେ ବାଥରୁମ ଯିବା ପାଇଁ ଗେଷ୍ଟ ହାଉସର ଉପରମହଲାକୁ ଯାଇଥିଲେ। ପରେ ରୁମ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ସରପଞ୍ଚଙ୍କ ସ୍ୱାମୀ ସ୍ମିତାରାଣୀଙ୍କ ବାପା ଏବଂ ପୁଲିସକୁ ଖବର ଦେବା ସହ ତାଙ୍କୁ ଧର୍ମଶାଳା ଡ଼ାକ୍ତରଖାନାକୁ ନେଇଆସିଥିଲେ। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ତଦନ୍ତ ପାଇଁ ସ୍ମିତାରାଣୀଙ୍କ ବାପା ଥାନାରେ ଅଭିଯୋଗ କରି କହିଥିଲେ ଯେ ତାଙ୍କ ଝିଅକୁ ହତ୍ୟା କରାଯାଇଛି। ପୁଲିସ ଘଟଣାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ପୁଲିସ ସରପଞ୍ଚଙ୍କ ସ୍ବାମୀଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲେ। ପଚରାଉଚୁରା ପରେ ପୁଲିସ ସ୍ମିତାରାଣୀଙ୍କ ହତ୍ୟା ମାମଲାରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଗିରଫ କରିଥିଲା ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories