www.samajalive.in
Wednesday, December 10, 2025
26.1 C
Bhubaneswar

ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ : ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ଓଡ଼ିଶା ହାଇକୋର୍ଟରେ ଜାରି ରହିଥିବା ଆଇନଜୀବୀଙ୍କ ଆନ୍ଦୋଳନ ସଂପର୍କିତ ମାମଲାର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି। ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ବୁଧବାର ହାଇକୋର୍ଟ ବାର୍‍ ଆସୋସିଏସନ ପକ୍ଷରୁ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ପରେ ନିଆଯାଇଥିବା ପଦକ୍ଷେପକୁ ସର୍ବୋଚ୍ଚ ଅଦାଲତ ନାପସନ୍ଦ କରିବା ସହ ତାଙ୍କର ପୂର୍ବ ଆଭିମୁଖ୍ୟ ଜାରି ରଖିଛନ୍ତି । କୋର୍ଟଙ୍କୁ ଭୁଲ୍‍ ତଥ୍ୟ ଦେଇଥିବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍‍ ପକ୍ଷରୁ ବୁଧବାର ଆଇନଜୀବୀ ଶିବଶଙ୍କର ମିଶ୍ରଙ୍କ ଉପରେ କରାଯାଇଥିବା ନିଲମ୍ବନ ଆଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ଓଡ଼ିଶା ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ହାଜର ପାଇଁ ନୋଟିସ୍ ଦିଆଯାଇଛି । ହାଇକୋର୍ଟ ବାର୍ ଆସୋସିଏସନ ସଭାପତିଙ୍କୁ ମଧ୍ୟ ହାଜର ହେବାକୁ ସବୋର୍ଚ୍ଚ ଅଦାଲତ କହିଛନ୍ତି। ଏନେଇ ଭାରତୀୟ ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ସହଯୋଗ କରିବା ପାଇଁ କୋର୍ଟ କହିଛନ୍ତି।
ଏହି ମାମଲାରେ ହାଇକୋର୍ଟଙ୍କ ପକ୍ଷରୁ ଲଢୁଥିବା ଓକିଲଙ୍କୁ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ହୋଇଛି। ଗତ ୨୦୧୮-୧୯ ବର୍ଷରେ କୋର୍ଟରେ କେତେ ଦିନ ଅଚଳ ହୋଇଛି ସେ ସମ୍ପର୍କରେ ସତ୍ୟପାଠରେ ଦର୍ଶାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଆଜି ସୁପ୍ରିମକୋର୍ଟରେ ଓଡ଼ିଶାରେ ଆଇନଜୀବୀ ଆନ୍ଦୋଳନ ସଂପର୍କିତ ମାମଲାର ଶୁଣାଣି ହୋଇଥିଲା ଓ ଆସନ୍ତା ମାସ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ କରାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories