www.samajalive.in
Wednesday, December 10, 2025
26.1 C
Bhubaneswar

ବିଶ୍ୱ ବ୍ୟାଙ୍କ ‘ବ୍ୟବସାୟ ସୁଗମତା’ ତାଲିକା : ୬୩ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ :  ବ୍ୟବସାୟ ସୁଗମତା ବିଶ୍ୱ ବ୍ୟାଙ୍କ ସୂଚୀରେ ଭାରତ ୧୪ଟି ସ୍ଥାନ ଉପରକୁ ଉଠି ୬୩ତମ ସ୍ଥାନରେ ରହିଛି। ଗୁରୁବାର ୱାଶିଂଟନ୍‍ଠାରେ ପ୍ରକାଶ ପାଇଥିବା ଏହି ତାଲିକାରେ ଭାରତ ପ୍ରମୁଖ ୧୦ଟି ରାଷ୍ଟ୍ର ମଧ୍ୟରେ ତୃତୀୟ ଥର ପାଇଁ ଉପରକୁ ଉଠିଛି। ଦେବାଳିଆ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ଯୋଗୁଁ ଭାରତ ଏହି ସଫଳତା ସୂଚୀରେ ଉପରକୁ ଉଠିଥିବା କୁହାଯାଉଛି। ପୂର୍ବରୁ ଭାରତ ୧୯୦ଟି ଦେଶ ମଧ୍ୟରେ ୭୭ତମ ସ୍ଥାନରେ ଥିଲା। ୨୦୨୦ ବର୍ଷ ପାଇଁ ବିଶ୍ୱବ୍ୟାଙ୍କ୍‍ର “Doing Business”
ରିପୋର୍ଟରେ ଭାରତର ଅର୍ଥନୈତିକ ସଂସ୍କାର ପ୍ରକିୟାକୁ ପ୍ରଶଂସା କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍‍, ବିଶ୍ୱ ବ୍ୟାଙ୍କ୍‍ ଓ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସମେତ ବିଭିନ୍ନ ମାନ୍ୟତା  ପ୍ରସ୍ତୁତକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ଭାରତର ଅଭିବୃଦ୍ଧି ହ୍ରାସ ପାଇବ ବୋଲି ଆକଳନ କରାଯାଇଥିଲାବେଳେ ବିଶ୍ୱବ୍ୟାଙ୍କ୍‍ ତାଲିକାରେ ଭାରତ ଉପରକୁ ଉଠିଛି। ବିଶ୍ୱବ୍ୟାଙ୍କ୍‍ ତା’ର ରିପୋର୍ଟରେ
କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ‘ମେକ୍‍ ଇନ୍‍ ଇଣ୍ଡିଆ’ ଅଭିଯାନ ଯୋଗୁଁ ବିଦେଶୀ ପୁଞ୍ଜିନିବେଶ ଆକର୍ଷିତ ହୋଇଛି। ବେସରକାରୀ କ୍ଷେତ୍ରରେ ବିକାଶ ପରିଲକ୍ଷିତ ହେବା ସଙ୍ଗେ ସଙ୍ଗେ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ଉପରକୁ ଉଠିବା ଯୋଗୁଁ ଦେଶର ମୋଟ ପ୍ରତିଯୋଗିତାମୂଳକ ଅଭିଯାନ ପ୍ରଶଂସନୀୟ ବୋଲି କୁହାଯାଇଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories