www.samajalive.in
Saturday, December 6, 2025
26.1 C
Bhubaneswar

କୋଦଣ୍ଡପୁରରେ ଧାନ ମଣ୍ଡିର ଶୁଭାରମ୍ଭ

ଯାଜପୁର :  ଯାଜପୁର ପୈାର ପାଳିକା ଅନ୍ତର୍ଗତ କୋଦଣ୍ଡପୁର ଠାରେ ବାବା ମାନେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଧାନ ସଂଗ୍ରହ କେନ୍ଦ୍ର ବା ମଣ୍ଡିକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳିକ ଉଦ୍ଘାଟନ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଶ୍ରୀ ମଲ୍ଲିକ ଏହି ମଣ୍ଡିକୁ ଉଦ୍ଘାଟନ କରି ମିଶନ ଶକ୍ତି ମାଧ୍ୟମରେ ମା’ ମାନଙ୍କର କାର୍ୟ୍ୟ ଦକ୍ଷତାକୁ ଅଧିକ ସକ୍ରିୟ କରାଯାଇ ପାରିଚ୍ଥି ବୋଲି କହିଥିଲେ । ଧାନ ସଂଗ୍ରହ କ୍ଷେତ୍ରରେ ଜିଲ୍ଲାରେ ଚଳିତ ବର୍ଷ ୩୩ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଚ୍ଥି । ଏହାକୁ ସୁଚାରୁ ରୂପେ ପରିଚାଳନା ପାଇଁ ସେ ପରାମର୍ଶ ଦେବା ସହ ସଠିକ ସମୟରେ ଧାନ ଉଠାଇବାର ବ୍ୟବସ୍ଥା କରିବାକୁ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ସଲାବୁଦ୍ଦିନ ଖାଁ, ପୂର୍ବତନ ପୈାରପାଳ ଭବ ପ୍ରସାଦ ଦାସ, ପୈାର ନିର୍ବାହୀ ଅଧିକାରୀ ସୂର୍ୟ୍ୟମଣି ପାଟଯୋଶୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଳାଦ ସେଠୀ, ମିଶନ ଶକ୍ତିର ସଂଯୋଜିକା ସେପାଂଳୀ ସ୍ୱାଗତିକା, ବାବା ମାନେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସ୍ମରଣିକା ସାମଲ, ସଂପାଦିକା ସରୋଜିନୀ ନାୟକ, ସଦସ୍ୟା ପୁଷ୍ପଲତା ବାରିକ, କାଦମ୍ୱିନୀ ନାୟକ, ଶାନ୍ତିଲତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories