www.samajalive.in
Saturday, December 6, 2025
26.1 C
Bhubaneswar

ନବବର୍ଷର ପ୍ରଥମ ଦିନ ; କରନ୍ତୁ ଏହି କାର୍ଯ୍ୟ

ଆଜି ୨୦୨୨ ବର୍ଷର ପ୍ରଥମ ଦିନ। ବର୍ଷର ପ୍ରଥମ ଦିନ ହୋଇଥିବାରୁ ଆଜି ଦିନଟି ସଭିଁଙ୍କ ପାଇଁ ସ୍ୱତନ୍ତ୍ର। ଏହାସହ ଆଜି ୩ଟି ବିଶେଷ ଯୋଗ ହେଉଛି। ଏହି ୩ଟି ଶୁଭ ଯୋଗ କାର୍ଯ୍ୟରେ ସଫଳତା ପ୍ରଦାନ କରିବା ସହ ବହୁ ଶୁଭଫଳ ପ୍ରଦାନ କରିଥାଏ। ଜାଣନ୍ତୁ ବର୍ଷର ପ୍ରଥମ ଦିନର ଶୁଭାରମ୍ଭ କିପରି କରିବେ , ଯାହା ଦ୍ୱାରା ବର୍ଷଯାକ ଆମକୁ ସଫଳତା ମିଳିବ।
ପୌଷ ମାସ କାରଣରୁ ପ୍ରଭୁ ସୂର୍ଯ୍ୟଦେବତାଙ୍କର ଉପାସନା କରିବାର ଖୁବ ମହତ୍ତ୍ୱ ରହିଛି। ମାନ୍ୟତା ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ଏହି ମାସରେ ନିୟମିତ ସୂର୍ଯ୍ୟଦେବତାଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏହାଦ୍ୱାରା ବର୍ଷଯାକ ଆପଣ ସୁସ୍ଥ ଓ ଜୀବନରେ ସଫଳତା ପାଇବେ।
ପ୍ରତ୍ୟେକ ଦିନ ସକାଳେ ଭଗବାନ ସୂର୍ଯ୍ୟଙ୍କୁ ପ୍ରଣାମ କରି ଜଳ ଅର୍ପଣ କରନ୍ତୁ। ଏହାସହ ପୌଷ ମାସରେ ସୂର୍ଯ୍ୟଙ୍କ ପୂଜା କରିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ଘଟିଥାଏ।
ଜ୍ୟୋର୍ତିବିଦଙ୍କ ଅନୁଯାୟୀ, ଆଜି ଗ୍ରହଙ୍କ ସ୍ଥିତି ଖୁବ ଶୁଭ ରହିଛି । ଫଳରେ ଅନେକ ଦିଗରେ ସଭିଁଙ୍କୁ ଶୁଭଫଳ ପ୍ରାପ୍ତି ହେବ।
ଆଜିର ଶୁଭ ଦିନରେ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ।
ବର୍ଷର ପ୍ରଥମ ଦିନରେ ଅସହାୟଙ୍କୁ ଦାନ ଦିଅନ୍ତୁ।
ବୃକ୍ଷ ଲଗାଇ ଦିନର ଆରମ୍ଭ କରନ୍ତୁ।
ମନ୍ଦିର ଯାଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ସୁସ୍ଥ ଓ ସୁଖମୟ ଜୀବନ କାମନା କରନ୍ତୁ।
ପଶୁପକ୍ଷୀଙ୍କୁ ଖାଦ୍ୟ ଦିଅନ୍ତୁ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories